STORYMIRROR

Prakash Ranjan Parida

Tragedy

3  

Prakash Ranjan Parida

Tragedy

ମତେ ଯିବାକୁ ଦିଅ

ମତେ ଯିବାକୁ ଦିଅ

1 min
14.3K



ତୁମ ଆଖିର ଦି'ଟୋପା ଲୁହରେ

ବେଶ ବତୁରି ପାରେ

ମୋ ଛାତି ତଳ ଟାଂଗର ଭୂଇଁ,

ବଦଳି ଯାଇପାରେ ମୋ ଚିନ୍ତାର ଦିଗବିଦିଗ ତଥା ଅନ୍ତିମ ନିଷ୍ପତି ।

ଏତିକି ଦୂର୍ବଳତାକୁ ଜାଣିଯିବା ପରେ ବେଶ୍ କେଇଥର

ହରେଇ ପାରିଛ ଅୟସରେ ।


ବିଜୟ ମୋହରେ, ଗର୍ବରେ

ଭାଂଗି ଦେଇଛ ଛାତି ତଳ ସ୍ୱାଭିମାନର ନିଥର ପାହାଡ

ବାଘ ପରି ଅଧା ବାଟେ ଓଗାଳିଛ ହାତ,

ତ' ମତେ ସଜେଇ ଦେଇଛ ତୁମ ସ୍ୱାର୍ଥର ସରଳ ଆୟୂଧ ।


ମତେ ପାପ କରିବାକୁ ବାଧ୍ୟ କରିବା ବେଳେ

ମୋ ଆଖିରେ ପର୍ଦ୍ଦାଫାସ ହୋଇଯାଇଛି

ତୁମ ମନ ତଳର ଭୋକ ଆଉ ଭୂଗୋଳ,

ଲୁହର ଗୁମର ଛଳନାର ଯାବତ୍ ସ୍ୱାକ୍ଷର ।

ସେଇଥିପାଇଁ ତ ଠିକ୍ ସେଇ ମୁହୂର୍ତରେ

ମୁଁ ହଜାର ବାର ପଛକୁ ଚାହିଁଛି

ଦେଖିବାକୁ ଜୀବନର ଦୋଛକି ରାସ୍ତା,

ନିଜ ପାଦ ଚିହ୍ନଁକୁ ସଅଁପି ଦେଇ ଯେଉଁଠୁ ଦିନେ ହୋଇଥିଲି ନିରୁଦ୍ଧିଷ୍ଟ

ଭିନ୍ନ ପଥର ପଥିକ ।


ଆଜି ସେଇ ପଥକୁ ହେଉଛି ଖୋଜି ଅତୀତର ଅନ୍ଧାରୁ ।

ଫସିଗଲି ତୁମ ଚଟୁଳ କଥାରେ

ତ' ନିଜ ରାସ୍ତାରେ ନିଜେ ହିଁ ବୁଣିଲି କଣ୍ଟା

ମାଡିବାକୁ ଆଗାମୀ ଦିନରେ ।


ବେଶ୍ ହୋଇଗଲା –

ଦୟା କରି ଫେରେଇ ଦିଅ ମୋ ନିସ୍ୱପଣ

ପାଦଚଲା ରାସ୍ତା

ଯେଉଁ ଧୂଳି ମାଟିରେ ବଂଚି ନିଜ ପାଇ ପାଲଟୁଥିଲୁ ବାଦଶା

ଛଡେଇ ନିଅ ଯେତେ ସବୁ ତୁମ ଆଭିଜାତ୍ୟର ସନ୍ତକ

ମତେ ଯିବାକୁ ଦିଅ, ମତେ ଯିବାକୁ ଦିଅ ।।


ପ୍ରକାଶ ରଂଜନ ପରିଡ଼ା

ନିଶିପ୍ରଦୀପ, ଅଶୋକନଗର, ବାତୋ, କେନ୍ଦୁଝର

ମୋବାଇଲ-9438080583

email-litp.ranjan@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy