STORYMIRROR

Pratima Panda

Abstract

3  

Pratima Panda

Abstract

ମତେ ଭଲପାଅ

ମତେ ଭଲପାଅ

1 min
11.4K

ନିର୍ଜୀବ ନୁହେଁ ମୁଁ ଜୀବନ୍ତ

ଯୁଗ ଯୁଗକୁ ମୋ ବକ୍ଷରେ ଧରି

ଆଜି ବି ମୁଁ ଶ୍ୱାସକ୍ରିୟା କରେ

ରକ୍ତ ରଂଜିତ ଇତିହାସ

ସ୍ଥାପତ୍ୟ କୀର୍ତ୍ତି ରାଜିର 

ମୁଁ ହି ମୁକ ସାକ୍ଷି  

ଦ୍ରୋପଦୀ ର ବସ୍ତ୍ର ହରଣରେ

ଲଜ୍ୟାରେ ମୁଁ ଜଡସଡ ହୋଇଛି

କର୍ଣ୍ଣ ର ବୀରତ୍ୱରେ

ମୁଁ ଛାତିଫୁଲେଇଛି

ସୀତାଙ୍କ ପାତାଳ ଗାମୀରେ

 ହୋଇଛି ଅଶ୍ରୁ ସିକ୍ତ

‍ଭରତ ଆଉ ଲକ୍ଷ୍ମଣଙ୍କ ଭାତ୍ରୁଭକ୍ତିରେ

ହୋଇଛି କୃତ୍ୟ କୃତ୍ୟ

ତୁମ ଦେଶ ବିଦେଶ ଆଉ

ବିଶ୍ୱ ବ୍ରହ୍ମାଣ୍ତର ଭୂଗୋଳ ଖଗୋଳ

ମୋ ଭିତରେ ସମାହିତ

ମୋ ପାଇଁ ବଢିଯାଏ

ବିଜ୍ଞାନର ବିଶେଷତ୍ୱ

ସାହିତ୍ୟର ସରସତା

ଅ କାର ରୁ ଓମ୍ କାର

ଅତଳ ରୁ ଅନ୍ତରୀକ୍ଷ  ପରିବ୍ୟାପ୍ତ

ମୋ ଧଳା ପୃଷ୍ଠା ଆଉ

କଳା ଅକ୍ଷର ରେ 

ଟିକେ ଭଲ ପାଅ ମତେ

କୋଳରେ ଧରି ଆପଣେଇ ନିଅ

ଦେଖିବ ତୁମେ ବି ଦିନେ 

ଗୁଣୀ ହୋଇଯିବ ମୋ ଗୁଣରେ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract