STORYMIRROR

Rosy Mishra

Inspirational

3  

Rosy Mishra

Inspirational

ମତଦାନ

ମତଦାନ

1 min
489


ମତଦାନ ଆମ ଜନ୍ମ ଅଧିକାର

ପାରିବେନି କେହି ଛଡେଇ

ଲାଳସା ଦେଖେଇ, କିଣିକି ପାରିବ

ସଚ୍ଚା ନାଗରିକ ବଡେଇ ।


ଭୁଳେଇ,ଭାଲେଇ ମଦ,ମାଂସ ଖୋଇ

ଜନତାଙ୍କୁ ତୁମେ ଠକ

ହାଡ଼ କେଇଖଣ୍ଡ ଜଟେଇ ନିରିହେ

ରକ୍ତ,ମାଂସ ସବୁ ଢ଼ୋକ ।


ଆମ ପରିବାର ଇଜତେ ଖେଳୁଛ

ନିଜ ପରିବାର ସିନ୍ଦୁକେ

ରାଷ୍ଟ୍ରୀୟ ସମ୍ପତ୍ତି ଜନତା ନ ଦେଖେ

ପଡିଥାଏ ତୁମ ପିଣ୍ଡିକେ ।


ବର୍ଷ ବର୍ଷ କରି ସେ ଗୋଲାମଗିରି

ମୁଣ୍ଡ ହୋଇଲାଣି ଛନ୍ଦା

ଆମ ସ୍ୱାଭିମାନ ତୁମ ପାଇଁ କ୍ଷୁର୍ଣ୍ଣ

ଏବେ ସମ୍ଭାଳ ନିଜର ଧନ୍ଦା ।

 

ଗଣତନ୍ତ୍ର ରାଷ୍ଟ୍ରେ ରାଜତନ୍ତ୍ର ପରି

ଚାଲେ ମନମୁଖୀ ଶାସନ

ଶୋଷଣେ,କଷଣେ ଅଭାବୀ ଜୀବନେ

ଅତିଷ୍ଠ ହେଲାଣି ପରାଣ ।


କରିଲୁ ସଂକଳ୍ପ ହୋଇ ସର୍ବେ ଏକ

କରିବୁରେ ନଵ ନିର୍ମାଣ

 ସବୁ ଶୃଙ୍ଖଳକୁ ତୁଟାଇ ଶୃଙ୍ଖଳେ

ପ୍ରଣୀତ କରିବୁ ଆଇନ।


ଯେତେ ନିଷ୍ପେସିତ କରିଛ ଆମକୁ

ଆସିଛୁ ଦେବୁ ତା' ଉତ୍ତର

ଆଙ୍ଗୁଳି ନିଶାନେ ଜାଣିବ ମହତ୍ୱ

ଯେବେ ଜିତ ହେବ ଗଣତନ୍ତ୍ରର ।


ଆମ ହାତେ ଆମେ ଗଢିବୁ ସରକାର

ଆମେ କରି ମତଦାନ

ଆମ ସୁଖେ,ଦୁଃଖେ ସାହା ଭରସା ଯେ

ତା'ରେ କରି ନିର୍ବାଚନ ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational