STORYMIRROR

Er. Prakash Majhi

Inspirational

3  

Er. Prakash Majhi

Inspirational

ମତଦାନ

ମତଦାନ

1 min
206

ସଭ୍ୟତା ଉଷାର ପହିଲି କିରଣେ

ଅରୁଣ ବିଭାରେ ଆମେ

ନୀତି ନିୟମରେ ସଂଗଠିତ ହୋଇ

ଗଣତନ୍ତ୍ରର ନାମେ।


ଇଂରେଜ ଶାସନ ହୋଇ ଅବସାନ

ଆସିଗଲା ସ୍ୱାଧୀନତା

ରାଜ ତାନ୍ତ୍ରିକର ହୋଇଲା ପତନ

ଜନଗଣ ହେଲେ ନେତା।


ପାଞ୍ଚ ବରଷକେ ନେତା ନିର୍ଦ୍ଧାରଣ

ଇଚ୍ଛାମାଫିକ ଜନତା

ସୂକ୍ଷ୍ମ ଜାଲ ଭେଦି ପ୍ରମତ୍ତ ମଣିଷ

ଛଳେ ପାଅଇ କ୍ଷମତା।


ନିର୍ବାଚନ ଏକ ପବିତ୍ର କର୍ମ

ହୋଇ ଆଜି କଳୁଷିତ

ଶଠମାନଙ୍କର ଜୁଆଖେଳ ସାଜି

କୌଶଳରେ ଜୟଯୁକ୍ତ।


ଆମ ଗଣତନ୍ତ୍ର ଭାଗ୍ୟର ବିଧାତା

ସମ୍ବିଧାନ ବୃହତ୍ତମ

କ୍ଷମତା କାଙ୍ଗାଳ ବର୍ବରଙ୍କ ପାଇଁ

ଦଙ୍ଗା, ମାରପିଟି କାମ।


ସାବଧାନ ହୋଇ ସତର୍କ ବଜାୟୀ

ରଖି ମାନ ସ୍ୱାଭିମାନ

ଯୋଗ୍ୟ ପ୍ରାର୍ଥୀଟିକୁ କର ଜୟଯୁକ୍ତ

କରି ଭୋଟ ମତଦାନ।


ସକ୍ରିୟ ନହୋଇ ନଜାଗିଲେ ଜନ

ନିଜେ ନିଜ ସର୍ବନାଶ

ଅନୀତି ଦୁର୍ନୀତି ବଢି ବଢି ଯିବ

ରହିବନି ଆମ ବାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational