STORYMIRROR

Chittaranjan Nanda

Abstract Inspirational

3  

Chittaranjan Nanda

Abstract Inspirational

ମତ ମତାନ୍ତର ତତ୍ତ୍ବ

ମତ ମତାନ୍ତର ତତ୍ତ୍ବ

1 min
118


ଅନେକ କହୁଛେ, ଅନେକ ଲେଖୁଛେ, କ୍ଷୋଭ ହୁଏ 

ଶୁଣିବାକୁ, ମାନିବାକୁ କଥା କେହି ନାହିଁ

ବେଦ ବି କହିଛି, ଶାସ୍ତ୍ର ବି କହିଛି, ପୋଥି ପୁରାଣ ବି 

ବଖାଣି ଅଛି ମତ ମତାନ୍ତର ତତ୍ତ୍ବ ଅଛି ରହି ।୧।


ଶୁଣୁ ଅବା କିଏ ନ ଶୁଣୁ, ତୁମ କଥାକୁ ଅଯଥା ମଣୁ,

ଅନ୍ତରୁ ଅନ୍ତର ଯୋଡିବା ପାଇଁ

ଚେଷ୍ଟା ତ କରିବା, ଵ୍ୟଥା ନକରିବା, ଏହା ସୁକବି 

ସୁଲେଖକର ଯୁଗେ ଯୁଗେ ଥାଏ ରହି ।୨।


ଯଦି କବିତାରେ ଥାଏ ସୁକଥା ଗଳ୍ପରେ ଥାଏ ସୁକଥା,

ନିଶ୍ଚିତ ବାଣୀ ହୋଇ ସମାଜେ ରହେ

ସେହି ବାଣୀ ଯୁଗ ଯୁଗ ଧରି ଯେଉଁ ଶିହରଣ ପ୍ରାଣର 

ସ୍ପନ୍ଦନ ଆଣେ ତାକୁ ଦୂରେଇ ପାରିବ କିଏ ।୩।


ଛଦ୍ମତା ବିଶ୍ୱର ବାହ୍ୟ ବେଷ୍ଟିନୀକୁ ଅକ୍ତିଆର କରି ନେଲା

ବେଳେ ମନ ହୃଦୟର ସେହି ବିଦ୍ରୋହର ବାଣୀ

ସୂରୂଜ ନହେଉ, ଟେବଲ୍ ଲ୍ୟାମ୍ପ୍ ସଦୃଶ ସ୍ୱାର୍ଥାନ୍ଧ ମଣିଷ

ସମାଜକୁ ଆଲୋକ ଦେଇ ଥାଏ ଆଣି ।୪।


ବିଶ୍ଵର ବିଚିତ୍ରତାରେ ଅମ୍ବୃତ ରହିଛି, ବିଷର ବଳୟ ବି

ଅଛି, ଆନନ୍ଦ ଅମୃତକୁ ବିବେକୀ ପିଏ

ଖୁସିପୂର୍ଣ୍ଣ, ବେଦନାଗ୍ରସ୍ତ, ନୈରାଶ୍ୟମୟ ଧରାରେ ଅମୃତ

ର ବାଣୀ ବିଶ୍ବରେ ଶାନ୍ତି ମୈତ୍ରୀ ପ୍ରୀତି ଖେଳାଏ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract