STORYMIRROR

Chittaranjan Parida

Inspirational

3  

Chittaranjan Parida

Inspirational

ମସଲା

ମସଲା

1 min
136

 ଜୀବନଟା ଏକ ବ୍ୟଞ୍ଜନ ପରି

 ଖଟା ମିଠା ତିକ୍ତତାର ସମାହାର

 ଭିନ୍ନ ଭିନ୍ନ ସ୍ଵାଦଭରା,

 ଲଙ୍କା ଭଳି କେତେବେଳେ ଜଳେ 

        କେତେବେଳେ ଜଳାଏ

 ଲବଙ୍ଗ ଭଳି ଅନ୍ୟର ଲିଭାଏ ଦରଦ

 ଚିନି ଭଳି ଯୋଡିଦିଏ ମଧୁରସମ୍ପର୍କ

 ଲୁଣ ପରି ସଭିଙ୍କର ହୋଇଥାଏ ପ୍ରିୟପାତ୍ର ।

 ମିଶି ରଙ୍ଗ ବେରଙ୍ଗ ମସଲା

 ବ୍ୟଞ୍ଜନକୁ କରନ୍ତି ସୁସ୍ଵାଦୁ

 ଚତୁର୍ଦିଗ ମହକେ ବାସ୍ନାରେ,

 ଶିକ୍ଷା ଦିଏ

   ଗୁନ୍ଥିଦେଲେ ସବୁ ସକାରାତ୍ମକ ଚିନ୍ତା

    ଜୀବନଟା ହୁଏ ମଧୁମୟ ।

 ଜୀବନ ଅଛି ତ ଯନ୍ତ୍ରଣା ଅଛି

 ପ୍ରତ୍ୟେକ ଯନ୍ତ୍ରଣାରେ ଥାଏ ନୂଆ ସ୍ଵାଦ

 ଜାତି ଜାତି ମସଲାର ସ୍ଵାଦ ପରି,

 ସବୁ ଯନ୍ତ୍ରଣା ପିଇଗଲେ ମିଳେ ଆନନ୍ଦ

 ଯେପରି

 ଭିନ୍ନ ସ୍ଵାଦଯୁକ୍ତ ମସଲା ହେଲେ ଏକତ୍ରିତ

 ଫାଟିପଡେ଼ ବାସ୍ନା- କରେ ଆକର୍ଷିତ ।

 ଯୁକ୍ତହେଲେ

 ଦୟା, କ୍ଷମା, ଧର୍ଯ୍ୟ ଆଦି ମହତ ଗୁଣ 

 ଜୀବନକୁ କରେ ପରିସ୍ଫୁଟ

 ଖାଦ୍ୟକୁ ମସଲା ଯେପରି

   କରେ ରୁଚିକର ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational