STORYMIRROR

Chittaranjan Nanda

Inspirational

4  

Chittaranjan Nanda

Inspirational

ମଶାଲ ଧରିବା ମୁକ୍ତିର ଆଶାରେ

ମଶାଲ ଧରିବା ମୁକ୍ତିର ଆଶାରେ

2 mins
216

କେତେ ଆନ୍ଦୋଳନେ କେତେ ଗୁଳି ବର୍ଷଣେ

କାରାଗାରେ ସହିଦ ହେଲେ

ବୀର ଦେଶପ୍ରେମୀ ଜନମ ମାଟି ପାଇଁ ମରି

ଦେଶକୁ ଜୀବନ ଦେଲେ


ଥିଲା କେତେ ସପନ ଭାରତୀୟଙ୍କର ଏହି

ସ୍ୱୀଧୀନତା ପଛରେ

ଅର୍ଥନୈତିକ ନ୍ୟାୟ ଓ ସାମାଜିକ ନ୍ୟାୟ ତ

ପାଇବା ଆଶାରେ


ହେଲା ଦେଶେ ସ୍ୱୀଧୀନତା, କିନ୍ତୁ ମଣିଷର 

ମଣିଷ ଉପରେ ଚାଲିଛି ଅତ୍ୟାଚାର

ବଡ ବଡ ପୁଞ୍ଜିପତି ଏ ଦେଶର ସମ୍ପତ୍ତିରେ

କରି ଚାଲିଛନ୍ତି ଅକ୍ତିଆର


ଶ୍ରମିକ କୃଷକ ଦେଶର ଅଟେ ମେରୁଦଣ୍ଡ 

ଖାଲି ଶୁଣୁଛେ ଭାଷଣରେ

ଯିଏ ଶ୍ରମ କରି କରି ଦିନ କାଟେ, ତା ଦିନ

ଯାଏ ଜୀବନଯାକ ଦୁଃଖରେ


ଯିଏ ତୋଳେ ନଭଚୁମି ଛାତ, ସେ ଥାଏ 

ଝୁମ୍ପୁରୀ ଘର ଭିତର 

ପେଟ ପୁରେ ନାହିଁ ତାର କିନ୍ତୁ ସେ ଆମକୁ

ଯୋଗାଇ ଥାଏ ଆହାର 


ରୋଗ ବାଧିକାରେ ତାର ଶିଶୁ, ଜନ୍ମିବା 

ଆଗରୁ ମାଆ ପେଟରେ ମରେ 

ଘିଅ ମହୁ ପୁ଼ଞ୍ଜିପତିର ଭାଗେ, ଦୁଃଖର

ବଜ୍ର ପଡେ ଖଟିଖିଆର ଶିରେ 


ଦେଶ ଅର୍ଥନୀତି ହୁଏ ସର୍ବସ୍ୱାନ୍ତ, ଦୁର୍ନୀତିରେ 

ରାଜ କୋଷ ଥଳି କଣା 

ଠିକଣା ଜାଗାରେ ପହଞ୍ଚିବା ଆଗୁ ହୁଏ 

ଯେତେ ସବୁ ବାଟବଣା 


ନ୍ୟାୟ ଧର୍ମ କର୍ତ୍ତବ୍ୟ ନିଷ୍ଠା ପଥରେ ଚାଲିବା  

ଜୀବନ ସାରା କଣ୍ଟକଭରା

ଏ ସ୍ୱପ୍ନ ହାସଲ ପାଇଁ ଘାତ ପ୍ରତିଘାତ ସହି

ନିର୍ଭୟେ କାଟିବା, ମହାନ ଚିନ୍ତାଧାରା


ଶାନ୍ତି ମୈତ୍ରୀ ପ୍ରୀତି ସମତା ଓ ଦମ୍ଭ ଏହି

ପଞ୍ଚତତ୍ତ୍ୱ ଦିଏ ଶିକ୍ଷା,

ଏକତାର କୀର୍ତ୍ତି ଧୈର୍ଯ୍ୟତାର ଶକ୍ତି କରେ

ମଣିଷର ରକ୍ଷା


ଲୁହ ଲହୁ ପ୍ରାଣ ଦେଇ କରିବା ରକ୍ଷା ଏହା

କ୍ରାନ୍ତିର ଚିନ୍ତାଧାରା,

ମାଗି ଚଳିବା ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ଏହା 

ଆମ ସ୍ଵାଧୀନତା ପରା 


ଏବେ ଖାଲି ଅପପ୍ରଚାର ଅପେକ୍ଷା କର ସବୁ

 ଠିକ ହୋଇ ଯିବ

ଛଦ୍ମବେଶୀ ଦେଶ ସେବକ ମିଛ ପ୍ରତିଶ୍ରୁତି ଦିଏ

ଭାରତର ଚିତ୍ର ବଦଳିଯିବ  


ଶିକ୍ଷାନୀତି ଆଜି ଦିଗଭ୍ରଷ୍ଟ ହୋଇ ବଢ଼ାଏ 

କେବଳ ପୁସ୍ତକ ଜ୍ଞାନ

ନୈତିକତା ହୀନ ନିଯୁକ୍ତି ବିହୀନ ଶିକ୍ଷାନୀତି 

ହୋଇଛି ପ୍ରଚଳନ


ବେକାରଙ୍କ ସଂଖ୍ୟା ବଢୁଛି ନିତି ଗ୍ରାମ୍ୟ ଜନତା

ଖଟନ୍ତି ଯାଇ ଦାଦନ

ସରକାର ଆମ କରୁଥାନ୍ତି ବସି ଶୁଖିଲା କାଗଜର 

ଯୋଜନା ମାନ


ଯୁବକ ଯୁବତୀ ହତୋତ୍ସାହ ଆଜି, ଦେଖିକରି

କର୍ମ ନିଯୁକ୍ତି ନୀତି

ଦେଶର ଉନ୍ନତି ସଂହତି କେମିତି ହୋଇବ କୁହ 

ଯେବେ କ୍ଷୁର୍ଣ୍ଣ ହୁଏ ଯୁବ ଶକ୍ତି


କୃଷି ବିମୁଖତା ବଡ଼ ବିଫଳତା ଦେଶ ଓ ଆମ 

ଜାତି ପ୍ରଗତିରେ

କୃଷିକୁ ପ୍ରାଧାନ୍ୟ ନାହିଁ ଯେତେ ଦିନ ଦେଶ ତ 

ରହିବ ପଛରେ


ବନ୍ଦେ ମାତରମ୍ ପ୍ରଜ୍ୱଳନ ବହ୍ନି ଏକାନ୍ତ ମୋ' ହୃଦେ  

ଦେଶ ମାତୃକା ନିମନ୍ତେ 

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଦେଶେ ମୋର  

ହୋଇଛି ଜନମ ପରାଣ ଦେବି ତା' ହିତେ


ସମଭାବାପର୍ଣ୍ଣ ଉଦାର ଚିନ୍ତନ ମଣିଷ ବ୍ୟକ୍ତିତ୍ୱକୁ 

କରେ ପରି ପ୍ରକାଶ

କେଡେ ମହାନ ମୋ ସଂସ୍କୃତି ବସୁଧା କୁଟୁମ୍ବ ବିଶ୍ୱ 

ମଧୁମୟ ପର ସେବାରେ ମଣିଷ 


ସ୍ମୃତିମାନଙ୍କୁ ସଜାଇ ବିପ୍ଳବର ଭାବନାରେ ଝଲସିଲେ 

ମୁକ୍ତିର ମଶାଲ ଧରି ଦୁନିଆର ଭିଡ଼ ଭିତରେ

ଡ଼ାକୁଛି ତ୍ରିରଙ୍ଗା ସବୁ ଘାତ ପ୍ରତିଘାତ ପ୍ରତିହତ କରି 

ମଥା ସଳଖି ଚାଲିବା ମୁକ୍ତିର ଆଶାରେ



Rate this content
Log in

Similar oriya poem from Inspirational