ମରୁଭୂମି ର ଏ ମନ
ମରୁଭୂମି ର ଏ ମନ
ମନ ମୋର ଶୁଷ୍କ ମରୁଭୂମି
ଧୁ ଧୁ ମରୁବାଲି
ନା ମରୁଦ୍ୟାନ ନା ତୃଷ୍ଣା ନିବାରଣ
ଖାଲି ମୃଗତୃଷ୍ଣା ଆଉ କେକ୍ଟସର ଦଂଶନ
ନିରାଶ ମନ ହୁତାଶନ
ହୁତ ହୁତ ହୋଇ ଜଳୁଥିବା
ଏହି ତ ମରୁଭୂମି ର ମନ ll
ଏଠି ଜୀବନ ଜିଇଁବା କଠିନ
ରହେ ଅଧୁରା ସପନ
ପ୍ରତିମୁହୂର୍ତ୍ତ ରେ ଡିନାମାଇଟ ର ବିସ୍ଫୋରଣ
ବଂଚିବା ହେଇଯାଏ ଏକ ଆହ୍ୱାନ
ଶୁଷ୍କ ଶୁଷ୍କ ହେଇ ହେଇ ଯାଏ
ମରୁଭୂମି ର ଏ ମନ ll
ତଥାପି ଜିଇଁ ବାକୁ ପଡେ
କ୍ଷତ ହୃଦୟ ନେଇ
ଶୁଷ୍କ ମନ ନେଇ
ସବୁ କିଛି ସହି ସହି
ଜୁଆର ଭଟ୍ଟା ର ସମ୍ଭାର ନେଇ
ପ୍ରଳୟ ର ସୂଚନା ନେଇ
ମରୁଭୂମି ର ମନ ନେଇ
ଆଉ ମରୁଦ୍ୟlନ ର ସମ୍ଭାର ନେଇ ।।
