STORYMIRROR

Kartikeswar Sahoo

Tragedy

3  

Kartikeswar Sahoo

Tragedy

ମୃତ୍ୟୁର ମାନସାଙ୍କ

ମୃତ୍ୟୁର ମାନସାଙ୍କ

1 min
13.3K



ଦଲକା ଦଲକା ଅନ୍ଧାର

ମୁଣ୍ଡଗୁଞ୍ଜୁ ଥିଲା ମୋ ଭିତରେ ଅହରହ

ପ୍ରଶ୍ନ ବାଣରେ କ୍ଷତବିକ୍ଷତ ହେଉଥିଲା

ମୋ ଆତ୍ମବିଶ୍ବାସ

ଇଛା ବିରୁଦ୍ଧରେ ବାଧ୍ୟ ହଉଥିଲି

ତାକୁ ଆପଣେଇବାକୁ

ଥୁଣ୍ଟା ଗଛରେ ଦୋଳି ଖେଳୁଥିବା

ପବନଟା କଣ ବା ଆଉ କେତେ

ଦାଉ ସାଧିବ

ଏମିତି ତ ଅନେକ ସାମ୍ନା କରିଛି

କାଳ ରାତ୍ରିର ଝଡ଼ବାତ୍ୟା

ସୁଖ ଦୁଃଖର ଖରା, ବର୍ଷା

ସବୁକୁ ସାଉଁଟି ନେଇଛି

ଅପନ୍ତରା ଉପତ୍ୟକାରେ

ନିଦା ପଥରଟେ ପରି

ସେବେ ଥିଲା ସବୁଜିମାମୟ

ଏବେ କିନ୍ତୁ

ବିନାରଙ୍ଗେ ବଞ୍ଚିବାର ମୋହ

ମୁକୁଳା ଆକାଶ, ନୀରବ ପୃଥିବୀ

ଦେଖିଦେଖି

ମୁଁ ଅଭ୍ୟସ୍ତ ହେଇଗଲିଣି

କାହିଁ କେତେ କାଳୁ ସେମାନେ ବି ତ

ଯୁଗଯୁଗ ଯାଏଁ ଏମିତି ହିଁ।

ସମୁଦ୍ର ତ ବିସ୍ତୃତ,

ଦୂର ଦିଗବଳୟ ଆର ପାରିତକ।

କାହା ପାଇଁ ତାର ଏ ପ୍ରତୀକ୍ଷା !

ମୁଁ ଏବେ ପ୍ରକୃତିସ୍ଥ

ପାହାଡ଼ର କଣ ଦୁଃଖ ନଥାଏ !

ପୁଣି ଏତେ ଧୈର୍ଯ୍ୟ ପାଏ କୋଉଠୁ

ତେବେ,

ମୁଁ ବି ନିଜର କରିନେବି

ଅନ୍ଧାରକୁ ଆଲୁଅକୁ,ପାପକୁ ପୂଣ୍ୟକୁ

ଶୂନ୍ୟତାକୁ ପୂର୍ଣ୍ଣତାକୁ, ଆଶାକୁ ନିରାଶାକୁ

ଏବେ ବୋଧେ ବଞ୍ଚିପାରିବି ମୁଁ

ବିନା ମୃତ୍ୟୁରେ...







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy