STORYMIRROR

Kartikeswar Sahoo

Others

2  

Kartikeswar Sahoo

Others

ଏଇ ସେ ଜହ୍ନ

ଏଇ ସେ ଜହ୍ନ

1 min
13K


ଶୈଶବ କାଳେ,ଅଝଟ ବେଳେ

ଜହ୍ନ ଦେଖୁଥିଲି ଶୋଇ ମା କୋଳେ,

ମା’ ଆଣୁଥିଲା ସରଗୁ ଡାକି

ଖୁସି ହଉଥିଲି ତାକୁ ମୁଁ ଦେଖି।

ଏଇ ସେ ଜହ୍ନ,

ମନେପଡେ ଆଜି ସେ ପିଲା ଦିନ...

ବଢିଲା ବୟସ, କଲି ଅୟସ

ପ୍ରେମ ପୀରତିରେ ବଢିଲା ଶୋଷ,

ପୁନେଇଁ ରାତିରେ ମାତିଲୁ ଭୋଳେ

ଜହ୍ନ ଦେଖୁଥିଲି ପ୍ରିୟାର କୋଳେ।

ଏଇ ସେ ଜହ୍ନ,

ଆମ ପ୍ରେମର ସେ ଅଭୁଲା ଚିହ୍ନ...

ଜୀବନର ଏଇ ଅପରାହ୍ନରେ

କାମନା ବାସନା ଛିଡିଲା ପରେ,

ପୁରାଣ ଶାସ୍ତ୍ରରୁ ଜାଣିଲି ଯେବେ

ଦେବତା ହେଲେ ବି ମରନ୍ତି ସର୍ବେ,

ଆକାଶର କୋଳେ ତାରାଙ୍କ ମେଳେ

ଜହ୍ନ ପରି ଆସି ରହିବି କାଳେ।

ଏଇ ସେ ଜହ୍ନ,

ରହିଛି ରହିବ ଜନ୍ମରୁ ଜନ୍ମ...

ସୁନୀଳ ଗଗନେ ରହିଛି ଚାହିଁ

ସାରା ସଂସାରକୁ ଦେଖିବା ପାଇଁ,

ଜନ୍ମରୁ ଯୌବନ ଶେଷେ ମରଣ

ସ୍ରଷ୍ଟାଙ୍କର ସେ'ତ ଅମୂଲ ଦାନ।

ଏଇ ସେ ଜହ୍ନ,

ପାଖେ ପାଖେ ଅଛି ସାରା ଜୀବନ..

ଭୁଲି ହେବନାହିଁ ତା ଅବଦାନ...

***********


Rate this content
Log in