STORYMIRROR

Kartikeswar Sahoo

Inspirational

3  

Kartikeswar Sahoo

Inspirational

ଆଦ୍ୟ ଦେବ

ଆଦ୍ୟ ଦେବ

1 min
27K


ଆଶା ଆଶ୍ଵାସନାର ଅସରନ୍ତି ଆବେଗ

ଉତ୍ସାହ ଉଦ୍ଦୀପନାର ଉତ୍ତୁଙ୍ଗ ହିମାଳୟ

ଯିଏ ଦେଇପାରନ୍ତି

ସହସ୍ର ସୂର୍ଯ୍ୟର ଶକ୍ତି

ପବନଠୁ ପାରିବାର ପରାକ୍ରମ

ଯାହାଙ୍କ ହୃଦୟରେ ପ୍ରବାହିତ

ଦୟାର ମହୋଦଧି

ସ୍ନେହର ଶାଖା ପ୍ରଶାଖା

ନାଲି ଆଖି ନିଆଁ ତଳେ

ଭାଗ୍ୟ ଭବିଷ୍ୟତର ଜ୍ୟୋତିଷ୍କ

ଭୟ ଭକ୍ତିର ଭଗବାନ

ନୀତି ନିୟମ ନିଷ୍ଠାର

ନିର୍ମଳ ନିର୍ଯାସ

ପ୍ରେରଣା ପ୍ରତିଶ୍ରୁତିର ପୂର୍ଣ୍ଣ ପରିଧି

ପ୍ରେମ ପ୍ରୀତିର ପର୍ଯ୍ୟାପ୍ତ ପରିସୀମା

ଛତ୍ର ଛାୟା ତଳେ ଥିଲେ

ଆକାଶେ ଛାତ ଛାଇ ନିଅଣ୍ଟ ହୁଏ

ଯାହା ପାଇଁ ମୁଁ ଆଜି ଅପରାଜୟ

ମୁକୁଟ ବିହୀନ ସମ୍ରାଟ

ତାଙ୍କର ପ୍ରତିଟି ଶବ୍ଦର ପ୍ରେରଣା

ପୋଥି ପୁରାଣ ପ୍ରବଚନ

ସେ ମୋ ବାପା

ସୃଷ୍ଟିର ଶ୍ରେଷ୍ଠ ଆଶୀର୍ବାଦ

ସେ ପରମ ପୂଜ୍ୟ ଚିର ବନ୍ଦନୀୟ

ପିତୃ ଦେବଙ୍କ ପଦାରବିନ୍ଦରେ

ମୋର ପ୍ରୀତି ପୂର୍ଣ୍ଣ ପ୍ରଣତି ।


କାର୍ତ୍ତିକେଶ୍ୱର ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational