STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ମୃତ୍ୟୁର କୋଳରେ

ମୃତ୍ୟୁର କୋଳରେ

1 min
238


ଅପୂର୍ବ ଲୀଳା ହିଁ ପ୍ରଭୁଙ୍କର ଏଠି

ନ ପାରନ୍ତି ବୁଝି କେହୁ,

ସମୟର ଚକ୍ର କି ଲୀଳା କରିବ

ବୁଝି ହୁଏ ନାହିଁ ଏହୁ।୧।


ଜନ୍ମ ମୃତ୍ୟୁ କଥା ପ୍ରଭୁଙ୍କ ଭିଆଣ

ପ୍ରଭୁ ହିଁ ଜାଣନ୍ତି ସବୁ

ମୃତ୍ୟୁର କୋଳରେ ସମସ୍ତେ ଅଛନ୍ତି

ପ୍ରଭୁଙ୍କ ଭିଆଣ ସବୁ।୨।


ରଙ୍ଗମଞ୍ଚ ଏହି ଅଭିନୟ ହୁଏ

ଜନ୍ମ ତାହା ପାଇଁ ଏଠି

ଅଭିନୟ ପରେ ଚାଲିଯିବେ ସବୁ

ଖେଳ ସରିଯିବ ଏଠି।୩।


ଦୁର୍ଲ୍ଲଭ ଜୀବନ କର୍ମଫଳେ ମିଳେ

ପ୍ରଭୁଙ୍କର ସୃଷ୍ଟି ଏହୁ,

କର୍ମ କରି ସେହୁ ମୃତ୍ୟୁ କୋଳେ ଯିବେ

ସମୟର ଚକ୍ର ସେହୁ।୪।


ଜନ୍ମକର୍ତ୍ତା ପ୍ରଭୁ ମୃତ୍ୟୁକର୍ତ୍ତା ପ୍ରଭୁ

ଜଗତ ଈଶ୍ୱର ସେହୁ,

ଜନ୍ମ ମୃତ୍ୟୁ ଡୋର ତାଙ୍କରି ହସ୍ତରେ

ଜଗତ ପାଳକ ସେହୁ।୪।


ଶାସ୍ତ୍ର ଜ୍ଞାନ ପଥ ତାଙ୍କରି ହିଁ ସୃଷ୍ଟି

ସତ୍ୟ ଧର୍ମ ତ୍ୟାଗ ପଥ,

ନିଃସ୍ୱାର୍ଥର ଭାବ ଯୋଡିଲେ ତହିଁରେ

ଅଟେ ସେହୁ ଆମ ପଥ।୫।


ଅହିଂସାର ମନ୍ତ୍ର ଜଗତକୁ ଦେଲେ

ବିଭିନ୍ନ ଜନ୍ମରେ ସେହୁ,

ଚାରି ବେଦ ଦେଲେ ଜଗତ କଲ୍ୟାଣେ

ନିରାକାର ପ୍ରଭୁ ସେହୁ।୬।


ଜ୍ଞାନର ପ୍ରଦୀପ ପ୍ରଜ୍ଜଳିତ କଲେ

ରାମ ଅବତାରେ ସେହୁ,

କୃଷ୍ଣ ରୂପ ଧରି ଭକ୍ତି ପ୍ରେମ ଦେଲେ

କୃପାସିନ୍ଧୁ ପ୍ରଭୁ ସେହୁ।୭।


ସବୁ ହିଁ ତାଙ୍କରି ଚିନ୍ତା କାହିଁ ପାଇଁ

ନିଃସ୍ୱାର୍ଥର କର୍ମ ଆମ,

ଜନ୍ମ ମୃତ୍ୟୁ ଚିନ୍ତା ଆମର ତ ନୁହେଁ

ନିଃସ୍ୱାର୍ଥ ପଥ ହିଁ ଆମ।୮।


ମୃତ୍ୟୁ ଚିନ୍ତା ଛାଡ଼ି କର୍ମ ପଥେ ରହୁ

ଦେଶ ହିତେ ରହୁ ମନ,

କର୍ମ ହିଁ ଆମର ରାଷ୍ଟ୍ର ହୀତ ପାଇଁ

ଜନକଲ୍ୟାଣରେ ମନ।୯।


ମୃତ୍ୟୁ ଚିନ୍ତା ଛାଡ଼ି ପ୍ରଭୁଙ୍କ ଚରଣେ 

ଧ୍ୟାନ ରହୁ ନିତି ଦିନ,

ମୃତ୍ୟୁର କୋଳରେ ଜୀବନ ଆମର

ବ୍ୟର୍ଥ ନ କର ହେ ଦିନ।୧୦।


ଗୃହ ପ୍ରତି ସଦା ସମର୍ପଣ ଭାବ

ଦେଶ ହିତେ ସମର୍ପିତ,

ସତ୍ୟପଥଗାମୀ ଜୀବନ ଯାତ୍ରାରେ

ଧର୍ମ ପଥେ ସମର୍ପିତ।୧୧।


ଅପୂର୍ବ ଲୀଳା ହିଁ ପ୍ରଭୁଙ୍କର ଏହି

ନ ପାରନ୍ତି ବୁଝି କେହୁ,

ସମୟର ଚକ୍ର କି ଲୀଳା କରିବ

ବୁଝି ହୁଏ ନାହିଁ ଏହୁ।୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational