ମୃତ୍ୟୁର କୋଳରେ
ମୃତ୍ୟୁର କୋଳରେ
ଜୀବନ ଅନିଶ୍ଚିତ ଏକଥା ରଖିବା ସଦା ହୃଦୟରେ
କରୋନା କାଳରେ ରହିଛନ୍ତି ସର୍ବେ
ମୃତ୍ୟୁର କୋଳରେ,
ମାରିବାକୁ ଇଚ୍ଛା ନାହିଁ କାହାର
ଏମିତି ପରିସ୍ଥିତି ଆସି କରେ
ଛାର ଖାର l
ଜୀବନ ଆସିଛି ଦିନେ ଚାଲିଯିବ,
ମୃତ୍ୟୁର କୋଳରେ ଦିନେ ସଭିଙ୍କୁ
ଶୋଇବାକୁ ହେବ l
ମୃତ୍ୟୁ କେବେ ହେବ ଜାଣି ନାହିଁ କେହି,
ବେଳ ଥାଉ ଥାଉ ସଚେତନ ହୋଇ
ଯିବା ଭାଇ l
ସବୁ ଛାଡି ମୃତ୍ୟୁର କୋଳକୁ ଆମେ
ଦିନେ ଯିବା,
ମିଛ ମାୟା ଛାଡି ବୈରାଗ୍ୟ ଭାବ
ସଦା ରଖିଥିବା l
ମୃତ୍ୟୁ କୋଳକୁ ଯିବା ଆଗରୁ ଭଲ
କାମ କରିଥିବା,
ଜନ୍ମ ସାଥେ ମୃତ୍ୟୁ ଧୃବ ସତ୍ୟ ଏକଥା
ମନେ ରଖିବା l
