STORYMIRROR

Manaswini Dash

Tragedy

4  

Manaswini Dash

Tragedy

ମୃତ୍ୟୁର କୋଳରେ

ମୃତ୍ୟୁର କୋଳରେ

1 min
191

ଜୀବନରେ ସବୁ ବିଶ୍ଳେଷଣ ଆଉ ସଂଶ୍ଲେଷଣ ପରେ ଆଜି 

ଏକ ଅବିସମ୍ବାଦିତ ସତ୍ୟ ଉନ୍ମୋଚିତ ସବୁ ଖୋଜି ଖୋଜି 

ମୃତ୍ୟୁ ହିଁ ଜୀବନର ଅଫେରା ଅତିଥି 

ନା ଖୋଜେ ଦିନ ନା ଖୋଜେ ତିଥି 

କେତେ ଗର୍ବ, କେତେ ଅହଂକାର, କେତେ ସ୍ୱାଭିମାନ 

ସବୁକିଛି ଧୂଳିସାତ ହୁଏ ରହେନା କିଛି ଅଭିମାନ 

ମୃତ୍ୟୁର କୋଳ ହିଁ ଚିରନ୍ତନ, ଏକମାତ୍ର ସତ୍ୟ 

ଯେଉଁଠି ଥାଏ ନିଃସ୍ୱତା, ନିରବତା 

ନଥାଏ ମାନ, ସମ୍ମାନ, ଯୌବନ ଆଉ ଧନ 

କେତେବେଳେ ଯେ କୋଳେନେବାକୁ ସ୍ଥିର କରେ 

କାହାକୁ ଦିଏନା ସମ୍ବାଦ 

ଏହା ହିଁ ଜୀବନରେ ଏକାନ୍ତ ନିଷ୍ଠୁର ସତ୍ୟ 

ଶୁଣିବାକୁ ଚାହେଁନା ଅନୁରୋଧ, ଲୁହ ଆଉ ଚିତ୍କାର 

ସାରା ବିଶ୍ୱ ଆଜି ଚିତ୍କାର କରୁଛି ମୃତ୍ୟର କୋଳରେ 

ସମସ୍ତେ ଆଜି ନିଃସ୍ୱ, ବେସାହାରା ଆଉ ନିରୁପାୟ 

ଏଇ ମୃତ୍ୟୁ ହିଁ ନିଷ୍ଠୁର ସତ୍ୟ, ମାତ୍ର ଶିଖାଇଦେଉଛି ଜୀବନର ରହସ୍ୟ ସବୁକିଛି ଅସ୍ଥାୟୀ, ସବୁକିଛି ମିଛ କେବଳ ସମସ୍ତେ ଲୋଟିଯିବେ ମୃତ୍ୟୁର କୋଳରେ ମୃତ୍ୟୁର ଡାକରା ପରେ.... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy