STORYMIRROR

DR PRASANTA KUMAR BISWAL

Classics

3  

DR PRASANTA KUMAR BISWAL

Classics

ମୃତ୍ୟୁ

ମୃତ୍ୟୁ

1 min
376

ମୃତ୍ୟୁ...

ଏକ ନିରଙ୍କୁଶ ଶାସକ,

ଅଦୃଶ୍ୟ ନାୟକ,

ଆସକ୍ତ ପ୍ରେମିକ, 

ନେପଥ୍ୟେ ରଚଇ ଲୀଳା ଅନେକ। 

ମୃତ୍ୟୁ....

ପ୍ରତି କାୟାର ଛାୟା,

ଈଶ୍ବରଙ୍କର ମାୟା,

ରଙ୍କ ଠୁ ରାଜା,

ଦାନବ ଠୁ ପ୍ରଜା,

ମୃତ୍ୟୁର ପରଓବାନା 

ଦମ୍ଭୀ ଜାଣି ହୁଅନ୍ତି ବାଟ ବଣା ।

ମୃତ୍ୟୁ.......

ଏକ ନିଶ୍ଚିତ ଲକ୍ଷ୍ୟ

ଅସହାୟ ସବୁ ତାରି ସମକ୍ଷ,

ସୃଷ୍ଟି କବଳିତ,

ସକଳ ପ୍ରଧାବିତ, 

ସର୍ବଦା ଘୂର୍ଣ୍ଣୟମାନ ସମାଜର କକ୍ଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics