STORYMIRROR

Lipi Sahoo

Abstract

3  

Lipi Sahoo

Abstract

ମୃତ୍ୟୁ

ମୃତ୍ୟୁ

1 min
77

କିଏ ବା ଜାଣିଛି ?

ମୃତ୍ୟୁପର ପାରେ କ'ଣ ଅଛି ?

ବିସ୍ତୃତ ନୀରବତା ନା ଅଜସ୍ର କୋଳାହଳ

ବିଜନ ଅନ୍ଧକାର ନା ଉଜ୍ଜ୍ୱଳ ଆଲୋକମୟ ।


ଅଜଣା ଅଚିହ୍ନା ଇଲାକା ସିଏ !!

କିଏ ଅଛି ସେଠି ଥାପିବାକୁ ହାତ ?

ଥାଏ କି ସେଠି ଭୟାନକ ଛବିମାନ ?

ନା ସେଠି ଅପରୂପା ପରୀ ବିଦ୍ୟମାନ !!


ଚୀର ଶୂନ୍ୟତାର ଆଭାସ ମାତ୍ର ,

ନା ପରିପୂର୍ଣ୍ଣତା ହୁଏ ଅନୁଭବ ।

ଛିନ୍ନ ହୋଇଯାଏ କ'ଣ ସବୁ ଯୋଗସୂତ୍ର ?

ନା ରହିଯାଏ କିଛି ହିସାବକିତାବ !!


ମେଲାଣି ବେଳର ନୀରବ ବେଦନା

ସାଥେ ଯାଇଥାଏ କି ତା'ର ?

ମନେପଡିଥାନ୍ତି କି ପ୍ରିୟପରିଜନ ?

ନା ଯୋଡ଼ିଥାନ୍ତି ସେଠି ନୂତନ ବନ୍ଧନ !!!


ମୃତ୍ୟୁ ଆନନ୍ଦମୟ ନା ଭୟଙ୍କର ??

ବିଦେହୀର ସେଠି କ'ଣ ବା ପରିଚୟ ???

ଅବାଞ୍ଛିତ ସମୟର ହୁଏ କି ଆରମ୍ଭ !!

ନା ଅବ୍ୟକ୍ତ ପରିପୂର୍ଣ୍ଣତା ରେ ହୋଇଯାଏ ନିଃଶେଷ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract