STORYMIRROR

Smruti Sephali Meher

Classics

3  

Smruti Sephali Meher

Classics

ମୃତ୍ୟୁ

ମୃତ୍ୟୁ

1 min
294

ଅକସ୍ମାତ୍ ମାେ ଶରୀରର ସର୍ବାଂଶ

ଲୀନ ହେଇ ଯାଉଥିଲା ମଲାଜହ୍ନ ଭିତରେ

ଛାଇ ଆଲୁଅର ଖେଳ ଖେଳୁ ଖେଳୁ

ସରିଯାଇଥିଲା ମାେ ବାକି ଆୟୁଷ

ସ୍ନେହର ଡାେରିରେ ବାନ୍ଧିଥିବା ହୃଦୟ

ପାଷାଣ ପାଲଟିଗଲା ଜୀବନର ମରୁବାଲିରେ 

କିଞ୍ଚିତ୍ ହସ ଅପସରି ଯାଉଥିଲା 

ମୃତ୍ୟୁକୁ ପାଖକୁ ଅସିବା ଦେଖି

ତଥାପି କ'ଣ ସଂଘର୍ଷ ଶେଷ ହାେଇଯାଏ

ମୃତ୍ୟୁ ସହ ଲଢେଇ ବଢିବାକୁ ଲାଗେ

ଅସୀମ ସାହାସ ସହ ଯୁଦ୍ଧ କରୁ କରୁ

ମୃତ୍ୟୁ ନେଇଯାଏ ତା ସହ ଅନ୍ଧାରି ପଥରେ

ହାରିଯାଏ ସବୁ ବାଜି ମୃତ୍ୟୁର ଆଗରେ

ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ ମାନିବାକୁ ଲାଗେ କଷ୍ଟ

ମରିବାକୁ ହୁଏ ଦିନେ ଜୀବନ ଲୀଳାରେ

ହଜିଯାଏ ସବୁ ସ୍ମୃତି ମୃତ୍ୟୁ ହେଲାପରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics