STORYMIRROR

Ghanashyam Biswal

Inspirational

3  

Ghanashyam Biswal

Inspirational

ମୃତ୍ୟୁ

ମୃତ୍ୟୁ

1 min
349

ସତ୍ୟ ପଥେ ଧର୍ମ ପଥେ

ବାଟ ଚାଲୁଥିବି

ପାପୀ, ଲୋଭୀ ହୋଇଣ

କୁକର୍ମ କାଇଁ କରିବି?

ନିଜ ସ୍ୱାର୍ଥ ହାସଲରେ

ହେବି ନାହିଁ ଅନ୍ଧ

ସମାଜ ମଂଗଳେ ସେବା କରୁଥିବି

ମିଳାଇ କାନ୍ଧକୁ କାନ୍ଧ l

ଅତ୍ୟାଚାରୀ, ବ୍ୟଭିଚାରୀ

ଲାଞ୍ଚୁଆ ହେବି ନାହିଁ

କପଟୀ, ମିଥ୍ୟାବାଦୀ ନହୋଇ

ମରିବି ଦେଶଜାତି ପାଇଁ l

ଜାଣିଛି ହେ ମୃତ୍ୟୁ ତୁମେ

ସତ୍ୟ ଚିରନ୍ତନ l

ପର ଦୁଃଖେ ଦୁଃଖୀ ଆଉ ହସି ପର ସୁଖେ

କଟିଯାଉ ମୋର ଦିନ l



Rate this content
Log in

Similar oriya poem from Inspirational