STORYMIRROR

Indrabadal Mohanty

Classics

2  

Indrabadal Mohanty

Classics

ମୃତ୍ୟର......

ମୃତ୍ୟର......

1 min
114

ଭାବୁଛି ନେବି ବିଦାୟଏ 

ରକ୍ତମାଂସ ଭରା ଯନ୍ତ୍ରଣା ଭରା ଶରୀରରୁ ଆଜି,


ଅପଣାଇ ନେବି ଏକ ମାତ୍ର ସତ୍ୟକୁ 

ଓ ଜୀବି ମୁଁ ଏ ଶୂନ୍ୟତାରେ ହଜି


ମୋ ପାଇଁ ମୃତ୍ୟୁ ହିଁ ଏକ ମାତ୍ର ପନ୍ଥା 

ଅନେକ ବିଶ୍ଳେଷଣ ପରେ ଯାଇଛି ମୁଁ ବୁଝି,


ସେଥିପାଇଁ ବୋଉ କୁ ମୋ ବୁଝାଇ କହିବ 

ତା ପୁଅ ଜୀବନ ସଂଗ୍ରାମରେ ହରିଯାଇଛି ବାଜି


ବିଧବା ଭଉଣୀକୁ ମୋର କହିବ ଟିକେ କାନ୍ଦିବ ନାହିଁ 

ଭାଇ ତାରା ବଂଚିପାରିଲା ନାହିଁ ପରାଜିତ ସୈନିକସାଜି,


ବନ୍ଧୁବାନ୍ଧବ ଆଗରେ ଉତ୍ତର ରଖିବ 

ସେ ଭସାବାଦଲକୁ ଭରସା ନକରି ଯାଇଛି ମୁଁ ଉଚ୍ଚ ଆକାଶେ ହଜି


ଭାଉଜ ମାନଙ୍କୁ ବୁଝାଇ କହିବ 

ଯାଇଛି ମିଛ ମାୟାର ଇନ୍ଦ୍ରାଣୀକୁ ଖୋଜି,


ଭାଇ କି ମୋର କହିବ କରି ପାରିଲିନି 

ଏ ଜନ୍ମରେ ତାଙ୍କ ଋଣସୁଝି


ଆଉସାଜିବି ନାହିଁ କାହା ପାଇଁ 

କଣ୍ଟାଏ ଜୀବନର ରଂଗମଂଚରେ,


ତୁମ ମାନଙ୍କ ଖୁସି ପାଇଁ ମୃତ୍ୟୁର ରାସ୍ତାକୁ

 ମୁଁ ଆପଣାଇ ନେବି ଖୁସିରେ


ଏତିକି ବିନତି ମୁଁ ମୃତ୍ୟୁ ପରେ 

ଲୁହ ତୁମେ ଗଡାଇବ ତୁମେ ଝରଣା ପରି,


ମୁଣ୍ଡ ଧୋଇ ଗାଧୋଇ ପଡିବ 

ମୋ ଆତ୍ମାର ଶାନ୍ତି ପାଇଁ ମତେ ଟିକେ ବି ମତେ ନଝୁରି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics