ମର୍ତ୍ତ୍ୟାବତରଣ ମା
ମର୍ତ୍ତ୍ୟାବତରଣ ମା
ମା ଆସୁଛନ୍ତି ବୋଲି ,
ନିଅଣ୍ଟିଆ ଧର୍ଯ୍ୟ ମୋର
ଅସ୍ଥିର ହେଉଛି।
ମଧୁର ସ୍ମୃତି ର ସୁଗନ୍ଧରେ,
ବାସ୍ନାୟିତ ଆଜି ମୋ ଚଉହଦି ।
ଆଉ ମଉଳୁ ଥିବା ସ୍ୱପ୍ନ ସବୁ,
ଏବେ ଜୀଇଁ ଉଠିବାର ,
ଅଣାୟତ୍ତ ପ୍ରୟାସରେ ବିଭୋର....।
ଶୀରା ପ୍ରଶିରାରେ ଗରମ ଶୀହରଣ,
କାଶତଣ୍ଡିର ଛମ ଛମ ସୁରରେ
ବତୁରି ପଡ଼ୁଥିବା ମୋହ,
ସବୁ କେମିତି ଏକ ଭିନ୍ନ
ଆଶାରେ ମସଗୁଲ।
ମନ କାନଭାସ ରେ ଉଙ୍କି ମାରୁଛି
ଆଗାମୀ ରୂପସୀ ଭବିଷ୍ୟତ।
ବିଷାଦ ମନକୁ ଆଉଁସି ଦେଉଛି
ଏକ ସମ୍ମୋହିତ ହିଲ୍ଲୋଳିତ କାକଳି,
ବାରମ୍ବାର ତରଳୁଛି ମନର ନରମ କଅଁଳ ଆବେଗ।
ମା'ର ଆଞ୍ଜୁଳା ଆଞ୍ଜୁଳା ଆଶିଷକୁ
ମୁଠେଇ ଧରିବାର ,
ଆପ୍ରାଣ ଉଦ୍ୟମ ରେ।