STORYMIRROR

Prasanta Kumar Behera

Abstract

3  

Prasanta Kumar Behera

Abstract

ମର୍ତ୍ତ୍ୟ ପାରିଜାତ..........

ମର୍ତ୍ତ୍ୟ ପାରିଜାତ..........

1 min
320


କେତେ ଜାତି ଫୁଲ

ନାହିଁ ବା କାନନେ

କେହି କି ବଢାଏ ଶୋଭା

ଅଂଧାର କୋଣେ 

ଫୁଟିଛି ଯେ ଫୁଲ

କି ବର୍ଣ୍ଣିବି ତାର ଆଭା


ତାର କୋମଳ ପାଖୁଡା

ଅସ୍ତରାଗ ରଂଗ

ବେପଥୁ କଂପିତ ମାୟା

ହରିନେଲା ମନ

ଭରିଲା ନୟନ

ରୋମାଞ୍ଚେ ଶିହରୀତ ମୋର କାୟା


ଅପରୂପା ସେହି 

ମର୍ତ୍ତ୍ୟ ପାରିଜାତ

ମାଧୁରୀ ତା ମନ ଲୋଭା

କେତେ ଜାତି ଫୁଲ

ନାହିଁ ବା କାନନେ

କେହି କି ବଢାଏ ଶୋଭା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract