STORYMIRROR

Ranjan kumar Mohanty

Abstract

2  

Ranjan kumar Mohanty

Abstract

....ମର୍ତ୍ତ୍ୟ ବୈକୁଣ୍ଠ....(ଭାରତ)

....ମର୍ତ୍ତ୍ୟ ବୈକୁଣ୍ଠ....(ଭାରତ)

1 min
301

କଳକଳ କରି ଗଙ୍ଗା ଗୋଦାବରୀ

ସାଗର କାନରେ କହେ

ମୁକ୍ତିଭୂମି ଏହି ସାରା ଜଗତରେ

କା ସାଥେ ତୁଳନା ନୁହେଁ

ତୁଙ୍ଗ ହିମଗିରି ଉତ୍ତୁଙ୍ଗ ଶିଖରୀ

କାନରେ ମଳୟ କହେ

ବେଦଭୂମି ଏହି ବିଶ୍ୱ ବନ୍ଦନୀୟା

ମା ରୂପେ ପୂଜା ପାଏ

କୋଟି ନରନାରୀ କୋଟିଏ କଣ୍ଠରେ

ଗୋଟିଏ ଅକ୍ଷର ଗାଏ

ମର୍ତ୍ତ୍ୟ ବୈକୁଣ୍ଠ ଏ ମହୀ ମଣ୍ଡଳରେ

ସ୍ୱର୍ଗ ସୁଖ ତୁଚ୍ଛ ହୁଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract