STORYMIRROR

Debabrata Mishra

Abstract Drama Action

3  

Debabrata Mishra

Abstract Drama Action

ମୃତବିବେକ

ମୃତବିବେକ

1 min
186


ଏଠି ମୁହୁର୍ତ୍ତେ ବଦଳିଯାଏ ମନ

କ୍ଷଣିକରେ ଆଧିପତ୍ଯ ବିସ୍ତାର କରେ ରାକ୍ଷସ

ହଠାତ୍ ରକ୍ତମୁଖା ସାଜେ ଆଖିର ଆକାଶ

ଭୁଲିଯାଏ ସ୍ନେହ ମମତା ଓ ସମ୍ପର୍କର ମୋହ

ମାନବ ଆଉ ମାନବ ହୋଇରହିନି

ଯେକୌଣସି ପ୍ରତିକୂଳ ସ୍ଥିତିରେ ଦାନବ ସାଜୁଛି

ତିଳେମାତ୍ର ଦୟା ନାହିଁ କ୍ଷମାର ତ ପ୍ରଶ୍ନ ନାହିଁ

ନିଜ ଜିଦ୍ଦି ଆଗରେ ନିଜେ ନତମସ୍ତକ ହୁଏହୁଏ ।


କେବେ ପରକିୟା ପ୍ରୀତି କେବେ ଜମିବାଡ଼ି

ଆଉ କେବେ ସମ୍ପତ୍ତି, କ୍ଷମତା ଓ ଅର୍ଥର ତାତି

ମା' ଆଜି ତା' ଶିଶୁ ପାଇଁ ରାକ୍ଷସ ସାଜୁଛି

ପୁଅ ମଦ ନିଶାରେ ମା' ର ଶବରେ ଚାଲୁଛି

ସ୍ୱାମୀକୁ ସ୍ତ୍ରୀ ଷଡ଼ଯନ୍ତ୍ର କରି ଜାଳୁଛି

କେବେକେବେ ସ୍ୱାମୀ ସ୍ତ୍ରୀକୁ ହାଣୁଛି

ଭାଇ ଭାଇର ଏଠି କାଟୁଛି ମୁଣ୍ଡ

ସମାଜ ଭୟଭୀତ ପ୍ରଶାସନ ଗାଏ ନୀରବର ଗୀତ

ବିବେକ ଏଇଠି ମୃତ ମନ ହତୋତ୍ସାହିତ

ସତର୍କ ରୁହ ଜଳୁଛି ବିବେକ 

ସେ ନିଆଁ ରେ ତୁମେ ହୋଇପାର ହତାହତ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract