ମୃତ ଆତ୍ମା
ମୃତ ଆତ୍ମା
ଏଠି ଲୁହର ବି ଦାମ୍ ଲାଗିଲାଣି,
ସ୍ୱାର୍ଥ ଥିଲେ ସମୁଦ୍ର ବହିଯିବ,
ସ୍ୱାର୍ଥ ନଥିଲେ ମରୁଭୂମି ହୋଇଯିବ।
ଜହ୍ନକୁ ଆଜି ପ୍ରିୟତମା କୁହ,
କାଲି ଅମାବାସ୍ୟା କହି ଗାଳି ଦିଅ।
ଏଇଟା ହିଁ ଆଜିର ପ୍ରୀତିର ପରିଭାଷା।।
ଯେଉଁ କଲମରେ ଗୀତା ଲେଖାହେଲା,
ସେଇ କଲମରେ ଆଜି ଗାଳି ଲେଖାଯାଉଛି।
ଯେଉଁ କାଳିରେ ଇତିହାସ ରଚନା ହେଲା,
ସେଇ କାଳିରେ ଆଜି ଚେହେରାରେ ଦାଗ ଲଗାଯାଉଛି।
ମୃତ ଆତ୍ମା ମୁଁ, ଦେଖୁଛି ସବୁ,
ଚୁପ୍ ଅଛି... କାରଣ କହିବାର ଭାଷା ମରିଗଲାଣି।।
