STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

ମୃତ ଆତ୍ମା

ମୃତ ଆତ୍ମା

1 min
0

‎ଶେଷ ଥର ପାଇଁ ଚାହିଁବି ଆକାଶକୁ,
‎ଗଣିବି ମୋ ଜୀବନର ଋଣ ଶୋଧ।
‎ଅଧୁରା ସ୍ୱପ୍ନ ସବୁ ମାଟି ହେବେ,
‎ରହିଯିବ କେବଳ ତୁମ ନାମର ବୋଧ।।
‎ଯଦି କେବେ ହାତ ଛାଡିଥାଏ ଭୁଲରେ,
‎ମୋ ଶେଷ ଶବ୍ଦ ହେଉ କ୍ଷମାର ଗୀତ।
‎ଆଖି ବୁଜିବା ପୂର୍ବରୁ ଦେଖିଯିବି,
‎ତୁମ ଆଖିରେ ମୋ ପାଇଁ ଥିବା ପ୍ରୀତି।।
‎ମୋ ବିବେକର କମ୍ପ୍ୟୁଟର ଆଜି ହିସାବ କରୁଛି,
‎କେତେ ହସିଲି, କେତେ କାନ୍ଦିଲି, କେତେ ଭୁଲିଲି।
‎ପାପ ପୁଣ୍ୟର ତରାଜୁରେ ଓଜନ କମ୍ ପଡୁଛି,
‎କିନ୍ତୁ ତୁମ ପାଇଁ ରହିଯାଇଥିବା ପ୍ରେମ ଅମାପ।।
‎ଆଖିର ପରଦାରେ ଚାଲୁଛି ଜୀବନର ରିଲ୍,
‎ଝଲକ ଝଲକ ସବୁ ଚେହେରା ଭାସୁଛି।
‎ବନ୍ଧୁ, ପରିଜନ, ଅଧୁରା ପ୍ରତିଶ୍ରୁତି,
‎ସବୁ କହୁଥିବେ - ଫେରିଆସ, ଆଉ ଟିକେ ରହିଯା।।
‎ଯଦି କଷ୍ଟ ଦେଇଥାଏ ଅଜାଣତରେ,
‎ଶେଷ ନିଶ୍ୱାସେ ମାଗିନେବି କ୍ଷମା।
‎ତୁମ ଆଖି ଦେଖି ବୁଜିବି ଆଖି,
‎ଯାହା ରହିଗଲା ବାକି, ସେ ରହୁ କଥା।।

‎Priyanka Panda 


Rate this content
Log in

Similar oriya poem from Classics