STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

ଯମରାଜ ଫେରିଗଲେ

ଯମରାଜ ଫେରିଗଲେ

1 min
1

ନିଶୀଥ ଅନ୍ଧାରେ କିଏ ଆହ୍ୱାନ କଲା ପରି ପ୍ରତୀତ ହେଲା,
‎ନୟନ ଉନ୍ମୀଳି ଦେଖେ ସମ୍ମୁଖେ ଧର୍ମରାଜ ବିରାଜିତ,

‎କରେ ପାଶ, ନୟନେ ଅନଳ, ବଦନେ ଗମ୍ଭୀର ସ୍ମିତ,
‎ମୁଁ ଭାବିଲି ମୋ ଆୟୁ ସମାପ୍ତ, ଏବେ ପ୍ରସ୍ଥାନ କରିବାକୁ ହେବ।

‎ଶରୀର କମ୍ପିଲା, ବଦନ ଶୁଷ୍କ ହେଲା, କଣ୍ଠ ରୁଦ୍ଧ ହେଲା
‎ଜନନୀର ବଦନ, ଗୃହର ସ୍ମୃତି, ସବୁ ମାନସପଟ୍ଟରେ ଭାସିଲା

‎କାଳ କହିଲେ - ଚାଲ, ଆୟୁ ସମାପ୍ତ।
‎ମୁଁ କହିଲି - କ୍ଷଣେ ରୁହ, ମୋତେ ସ୍ପର୍ଶେ କି ଲାଭ?

‎ମୋ ପ୍ରାଣ ମୋ ଦେହେ ନାହିଁ ହେ ଅନ୍ତକ!, 
‎ଯାହା ନେବାକୁ ଆସିଛ ତାହା ମୃତ୍ତିକା ପିଣ୍ଡ।

‎ମୋର ପ୍ରାଣ ତାର ପୁରାତନ ପ୍ରେମ-ଲିପିରେ, 
‎ଯଥା ଲେଖା ଥିଲା - "ତୁମେ ମୋର ପ୍ରାଣ"।

‎ତାର ରୋଷେ, ପ୍ରଣୟ-କୋପେ, ସ୍ମିତରେ
‎ମୋର ପ୍ରାଣ ତାର ମିଥ୍ୟା ପ୍ରତିଶ୍ରୁତିର ଛଳନାରେ।
‎ତାର ଅଲୀକ ହୃଦ-ପ୍ରାଚୀରେ।

‎ଯଦି ନେବାର ଅଛି, ତାର ଦ୍ୱାରକୁ ଯାଅ, 
‎ଚରଣେ ପଡି ଭିକ୍ଷା ମାଗ।

‎ଅନ୍ତକ ସ୍ତବ୍ଧ ହେଲେ, ନତମସ୍ତକ ହେଲେ, 
‎କହିଲେ - ଏପରି ପ୍ରେମ ଆଗେ ମୃତ୍ୟୁ ବି ପରାଜିତ।

‎ପ୍ରାଣ ମୋର ମୋ ପାଶେ ନାହିଁ, ଅଛି ତା ନୟନେ, 
‎କାଳ ଫେରିଲା ଲାଜେ, ପ୍ରେମ ଜିତିଲା ମରଣେ।

‎ଅକସ୍ମାତ୍ ନିଦ୍ରାଭଙ୍ଗ ଯାଏ, ଦେଖେ ଶୂନ୍ୟତା, 
‎କେବଳ ଅନ୍ଧକାର ଓ ମୁଁ।

‎ସେତେବେଳେ ବୁଝିଲି, ସେ କାଳ ନୁହେଁ, 
‎ସେ ଥିଲା ମୋ ଅନ୍ତର ଭୟ,
‎ମୃତ୍ୟୁ ବାହ୍ୟରେ ନାହିଁ, ମୃତ୍ୟୁ ବିରାଜେ ମନ ମଧ୍ୟରେ, 
‎ଭୟକୁ ଜିଣିଲେ କାଳ ବି ପରାଜିତ ହେବ।
‎ସ୍ୱପ୍ନେ ଆସିଥିଲେ ଯମ, ସତ୍ୟେ ଥିଲା ମୋ ଭୟ,  
‎ନିଜ ଭୟକୁ ଜିଣିଲେ ମଣିଷ ମୃତ୍ୟୁକୁ ଜିଣେ।।

‎ଅଲୀକ ହେଲେ ବି ପ୍ରେମ ମୋର ବିଜୟୀ ହୋଇଥିଲା
‎ପରାଜିତ ହୋଇଥିଲେ ଧର୍ମରାଜ
‎ଥିଲା କେବଳ ମିଳନର ପରିପୂର୍ଣତା......

‎ଯେ ଅନୁପସ୍ଥିତ ତାକୁ ନେଇ ଯେଉଁ ସ୍ୱପ୍ନ ରଚିଥିଲି,
‎ସେହି ଅଲୀକ ସ୍ୱପ୍ନ ମଧ୍ୟରେ ହିଁ ସମଗ୍ର ଜୀବନ ଜୀଇଁ ଥିଲି।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics