STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

ହୃଦୟର ଅକୁହା କଥା

ହୃଦୟର ଅକୁହା କଥା

1 min
1

‎ଭଲ ଲାଗେ ବୁଲିବାକୁ ସମୁଦ୍ର ତଟେ,  

ବିଶାଳ ଜଳରାଶି ଥାଏ ଅନ୍ତେ। 

‎ତଥାପି ଆଜି ବି ମେଣ୍ଟିଲା ନାହିଁ, 

‎ମୋ ହୃଦୟର ଅତୃପ୍ତ ପିଆସ ସେଇ।


‎ସମୁଦ୍ର ଗର୍ଭେ ବିଲୀନ ହୋଇ ଅଛି, 

‎ମୋର ଅବିସ୍ମରଣୀୟ ସ୍ମୃତି ସବୁ। 

‎ଯିଏ କହିଥିଲା "ଫେରିବି ମୁଁ", 

‎ସେ ଅଭୁଲା ଆଜି ହୋଇଗଲା ଅନୁଭୂତି ଶୂନ୍ୟ।


‎ସୁଖମୟ ଦିନ ହୋଇଗଲା ଅବସାନ, 

‎ଦୁଃଖ ସିନ୍ଧୁରେ ବିଲୀନ ମୋର ପ୍ରାଣ। 

‎ନୟନର ଅଶ୍ରୁ ହୋଇଛି ସାଗର ଜଳ, 

‎ପ୍ରତି ତରଙ୍ଗେ ଭାସେ ମୋ ବିରହର ଚିତ୍କାର।


‎ମୃଦୁ ଶୀତଳ ବସନ୍ତ ସମୀରଣ, 

‎ଦେହେ ଭରିଦଏ କେତେ ବିଷାଦ କ୍ଷଣ। 

‎ହୃଦୟର ପ୍ରତି ସ୍ପନ୍ଦନେ ରହିଛି ଶୂନ୍ୟତା, 

‎ସ୍ୱପ୍ନ ନଗରୀ ଆଜି ହୋଇଛି ମରୁଭୂମି ସମ।


‎ଯେଉଁ ସ୍ମୃତିରେ ଥିଲା ସ୍ୱପ୍ନ ରଙ୍ଗୀନ, 

‎ତାକୁ ଜାଳି ଦେଲ ଭସ୍ମ କରି ଦିନ। 

‎ଆଜି ମୋ ଜୀବନ ଭସ୍ମମୟ ଉପବନ, 

‎କେବଳ ରହିଛି ହୃଦୟର ଅକୁହା କ୍ରନ୍ଦନ।



Rate this content
Log in

Similar oriya poem from Classics