ହୃଦୟର ଅକୁହା କଥା
ହୃଦୟର ଅକୁହା କଥା
ଭଲ ଲାଗେ ବୁଲିବାକୁ ସମୁଦ୍ର ତଟେ,
ବିଶାଳ ଜଳରାଶି ଥାଏ ଅନ୍ତେ।
ତଥାପି ଆଜି ବି ମେଣ୍ଟିଲା ନାହିଁ,
ମୋ ହୃଦୟର ଅତୃପ୍ତ ପିଆସ ସେଇ।
ସମୁଦ୍ର ଗର୍ଭେ ବିଲୀନ ହୋଇ ଅଛି,
ମୋର ଅବିସ୍ମରଣୀୟ ସ୍ମୃତି ସବୁ।
ଯିଏ କହିଥିଲା "ଫେରିବି ମୁଁ",
ସେ ଅଭୁଲା ଆଜି ହୋଇଗଲା ଅନୁଭୂତି ଶୂନ୍ୟ।
ସୁଖମୟ ଦିନ ହୋଇଗଲା ଅବସାନ,
ଦୁଃଖ ସିନ୍ଧୁରେ ବିଲୀନ ମୋର ପ୍ରାଣ।
ନୟନର ଅଶ୍ରୁ ହୋଇଛି ସାଗର ଜଳ,
ପ୍ରତି ତରଙ୍ଗେ ଭାସେ ମୋ ବିରହର ଚିତ୍କାର।
ମୃଦୁ ଶୀତଳ ବସନ୍ତ ସମୀରଣ,
ଦେହେ ଭରିଦଏ କେତେ ବିଷାଦ କ୍ଷଣ।
ହୃଦୟର ପ୍ରତି ସ୍ପନ୍ଦନେ ରହିଛି ଶୂନ୍ୟତା,
ସ୍ୱପ୍ନ ନଗରୀ ଆଜି ହୋଇଛି ମରୁଭୂମି ସମ।
ଯେଉଁ ସ୍ମୃତିରେ ଥିଲା ସ୍ୱପ୍ନ ରଙ୍ଗୀନ,
ତାକୁ ଜାଳି ଦେଲ ଭସ୍ମ କରି ଦିନ।
ଆଜି ମୋ ଜୀବନ ଭସ୍ମମୟ ଉପବନ,
କେବଳ ରହିଛି ହୃଦୟର ଅକୁହା କ୍ରନ୍ଦନ।
