ତରଙ୍ଗିନୀର ପରିପ୍ରେକ୍ଷୀ/ଅମଳିନ ମୁହୂର୍ତ୍ତ
ତରଙ୍ଗିନୀର ପରିପ୍ରେକ୍ଷୀ/ଅମଳିନ ମୁହୂର୍ତ୍ତ
ଦୀର୍ଘ ଦିନ ପରେ ସେ ସ୍ମୃତି ଗୁଡିକ ପୁଣି ଭାସି ଆସିଲା ତ? 👑
ଦୀର୍ଘ ଦିନାନ୍ତରେ ସେ ସ୍ମୃତି ପୁନଃ ଭାସିଲା,
ମନ କୂଳେ ତରଙ୍ଗ ପରି ଆସି ମିଶିଲା।
ଦୀର୍ଘ ଦିନ ପୂର୍ବେ ଗମନ କଲି ଅନ୍ୟ ଏକ ରାଜ୍ୟେ,
ସେଇ ମୃତ୍ତିକାର ସୌରଭ ଆଜି ବି ହୃଦେ ରହିଲା।।
ଅଜ୍ଞାତ ଜନଙ୍କ ନେତ୍ରେ ନବ ଆକାଂକ୍ଷା,
ଅଜ୍ଞାତ ପଥେ ଆତ୍ମାନ୍ୱେଷଣର ତୃଷ୍ଣା।
ସେଇ ଗଗନ ଥିଲା ଭିନ୍ନ ବର୍ଣ୍ମାଳୀ,
ସେଇ ସମୀର ଥିଲା ଭିନ୍ନ ସ୍ୱରାଳୀ।।
ଭାଷା ନବୁଝିଲେ ବି ଅନ୍ତଃ ବୁଝୁଥିଲା,
ଗୃହ ନଥିଲେ ବି ମନ ଆଶ୍ରୟ ପାଉଥିଲା।
ଆଷାଢ଼ର ହରିୟାଣା ଧୂ ଧୂ ଖରା,
ଧରିତ୍ରୀ ଫାଟି ମାଗୁଥିଲା ଜଳର ବାରତା।।
ଲୂ ର ଝଞ୍ଝା ବହେ ବାଲୁକା ଉଡାଇ,
ଶ୍ୱାସ ବି ଅଗ୍ନି ପରି ଜ୍ୱଳି ଯାଇ।
ତଥାପି ସେ ତାତି ମଧ୍ୟେ ଜନଙ୍କ ଅନ୍ତଃ ଶୀତଳ,
କଥନେ ଋଜୁତା, ହୃଦୟେ ନଥିଲା କୌଣସି ଛଳ।।
ସଂସ୍ପର୍ଶେ ଆସିନଥିଲି ତଥାପି ଲାଗିଲା ନିଆରା,
କାରଣ ଆତ୍ମା ସହ ଆତ୍ମାର ଥିଲା ଯୋଡ଼ା।
ସେ ରାଜ୍ୟ ଶିଖାଇଲା ଜୀବନର ନୀତି,
ବାହ୍ୟେ ଯନ୍ତ୍ରଣା ଥାଉ, ଆଭ୍ୟନ୍ତରେ ମାନବୀୟତା।।
କିଛି କ୍ଷଣ ଥିଲା ଯାହାକୁ ଭୁଲିବାର ଦୁଃସାହସ ନାହିଁ,
ସେଇ କ୍ଷଣର ଲେଖା ମୋ ଅନ୍ତଃରେ ଚିରସ୍ଥାୟୀ ହୋଇ ରହିଅଛି।ନା ତାହାକୁ ଆଚ୍ଛାଦିତ କରେ କାଳର ରଜଃ,
ନା ତାହାକୁ ବିଲୋପିତ କରେ ବିରହର ସଜଃ।।
କେତେବେଳେ ହସର ଆଭା, କେତେବେଳେ ନୀରବତା,
କେତେବେଳେ ଅପରିଚିତର ସମ୍ମାନର ପ୍ରଭାତା।
ସେଇ ସମସ୍ତ କ୍ଷଣ ମୋତେ ପ୍ରଦାନ କଲେ ଶିକ୍ଷା,
ଜୀବନ କେବଳ ଦିନ ନୁହେଁ, ଅନୁଭୂତିର ଭିକ୍ଷା।।
ବବୁଲିବାକୁ ଚାହିଁଲେ ବି ପୁନଃ ଫେରି ଆସେ ଛାୟା,
ଯେମିତି ପୁରାତନ ଗୀତର ଅଭୁଲା ଅନ୍ତରା।
କାରଣ କେତେକ କ୍ଷଣ ଘଟଣାର ସୀମା ନୁହେଁ,
ସେଗୁଡ଼ିକ ଜୀବନର ଅବିଚ୍ଛେଦ୍ୟ ଅଂଶ ହୋଇଯାଇଥାଏ।।
କିଛି ଦିନ ଥିଲି, ବହୁ କିଛି ଶିକ୍ଷିଲି,
କିଛି ଦିନ ହସିଲି, ବହୁ ଲୁହ ଗିଳିଲି।
ଫେରିଲି ସ୍ୱ ରାଜ୍ୟେ ନବ ମାନବ ହୋଇ,
କାରଣ ପର ରାଜ୍ୟ ମୋତେ ନିଜକୁ ଚିହ୍ନାଇଲା।।
ଭୁଲିବାର ଦୁଃସାହସ ତଥା ଶକ୍ତି ମୋ ପାଖେ ନାହିଁ,
କାରଣ ଭୁଲିଗଲେ ନିଜ ଅସ୍ତିତ୍ୱର ଅର୍ଦ୍ଧ ନଷ୍ଟ ହୋଇଯିବ.........
🍂
