STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

ତରଙ୍ଗିନୀର ପରିପ୍ରେକ୍ଷୀ/ଅମଳିନ ମୁହୂର୍ତ୍ତ

ତରଙ୍ଗିନୀର ପରିପ୍ରେକ୍ଷୀ/ଅମଳିନ ମୁହୂର୍ତ୍ତ

1 min
2

ଦୀର୍ଘ ଦିନ ପରେ ସେ ସ୍ମୃତି ଗୁଡିକ ପୁଣି ଭାସି ଆସିଲା ତ? 👑

‎ଦୀର୍ଘ ଦିନାନ୍ତରେ ସେ ସ୍ମୃତି ପୁନଃ ଭାସିଲା,  
‎ମନ କୂଳେ ତରଙ୍ଗ ପରି ଆସି ମିଶିଲା।  
‎ଦୀର୍ଘ ଦିନ ପୂର୍ବେ ଗମନ କଲି ଅନ୍ୟ ଏକ ରାଜ୍ୟେ,  
‎ସେଇ ମୃତ୍ତିକାର ସୌରଭ ଆଜି ବି ହୃଦେ ରହିଲା।।

‎ଅଜ୍ଞାତ ଜନଙ୍କ ନେତ୍ରେ ନବ ଆକାଂକ୍ଷା,  
‎ଅଜ୍ଞାତ ପଥେ ଆତ୍ମାନ୍ୱେଷଣର ତୃଷ୍ଣା।  
‎ସେଇ ଗଗନ ଥିଲା ଭିନ୍ନ ବର୍ଣ୍ମାଳୀ,  
‎ସେଇ ସମୀର ଥିଲା ଭିନ୍ନ ସ୍ୱରାଳୀ।।

‎ଭାଷା ନବୁଝିଲେ ବି ଅନ୍ତଃ ବୁଝୁଥିଲା,  
‎ଗୃହ ନଥିଲେ ବି ମନ ଆଶ୍ରୟ ପାଉଥିଲା।  
‎ଆଷାଢ଼ର ହରିୟାଣା ଧୂ ଧୂ ଖରା,  
‎ଧରିତ୍ରୀ ଫାଟି ମାଗୁଥିଲା ଜଳର ବାରତା।।

‎ଲୂ ର ଝଞ୍ଝା ବହେ ବାଲୁକା ଉଡାଇ,  
‎ଶ୍ୱାସ ବି ଅଗ୍ନି ପରି ଜ୍ୱଳି ଯାଇ।  
‎ତଥାପି ସେ ତାତି ମଧ୍ୟେ ଜନଙ୍କ ଅନ୍ତଃ ଶୀତଳ,  
‎କଥନେ ଋଜୁତା, ହୃଦୟେ ନଥିଲା କୌଣସି ଛଳ।।

‎ସଂସ୍ପର୍ଶେ ଆସିନଥିଲି ତଥାପି ଲାଗିଲା ନିଆରା,  
‎କାରଣ ଆତ୍ମା ସହ ଆତ୍ମାର ଥିଲା ଯୋଡ଼ା।  
‎ସେ ରାଜ୍ୟ ଶିଖାଇଲା ଜୀବନର ନୀତି,  
‎ବାହ୍ୟେ ଯନ୍ତ୍ରଣା ଥାଉ, ଆଭ୍ୟନ୍ତରେ ମାନବୀୟତା।।

‎କିଛି କ୍ଷଣ ଥିଲା ଯାହାକୁ ଭୁଲିବାର ଦୁଃସାହସ ନାହିଁ,  
‎ସେଇ କ୍ଷଣର ଲେଖା ମୋ ଅନ୍ତଃରେ ଚିରସ୍ଥାୟୀ ହୋଇ ରହିଅଛି।ନା ତାହାକୁ ଆଚ୍ଛାଦିତ କରେ କାଳର ରଜଃ,  
‎ନା ତାହାକୁ ବିଲୋପିତ କରେ ବିରହର ସଜଃ।।

‎କେତେବେଳେ ହସର ଆଭା, କେତେବେଳେ ନୀରବତା,  
‎କେତେବେଳେ ଅପରିଚିତର ସମ୍ମାନର ପ୍ରଭାତା।  
‎ସେଇ ସମସ୍ତ କ୍ଷଣ ମୋତେ ପ୍ରଦାନ କଲେ ଶିକ୍ଷା,  
‎ଜୀବନ କେବଳ ଦିନ ନୁହେଁ, ଅନୁଭୂତିର ଭିକ୍ଷା।।

‎ବବୁଲିବାକୁ ଚାହିଁଲେ ବି ପୁନଃ ଫେରି ଆସେ ଛାୟା,  
‎ଯେମିତି ପୁରାତନ ଗୀତର ଅଭୁଲା ଅନ୍ତରା।  
‎କାରଣ କେତେକ କ୍ଷଣ ଘଟଣାର ସୀମା ନୁହେଁ,  
‎ସେଗୁଡ଼ିକ ଜୀବନର ଅବିଚ୍ଛେଦ୍ୟ ଅଂଶ ହୋଇଯାଇଥାଏ।।

‎କିଛି ଦିନ ଥିଲି, ବହୁ କିଛି ଶିକ୍ଷିଲି,  
‎କିଛି ଦିନ ହସିଲି, ବହୁ ଲୁହ ଗିଳିଲି।  
‎ଫେରିଲି ସ୍ୱ ରାଜ୍ୟେ ନବ ମାନବ ହୋଇ,  
‎କାରଣ ପର ରାଜ୍ୟ ମୋତେ ନିଜକୁ ଚିହ୍ନାଇଲା।।

‎ଭୁଲିବାର ଦୁଃସାହସ ତଥା ଶକ୍ତି ମୋ ପାଖେ ନାହିଁ,  
‎କାରଣ ଭୁଲିଗଲେ ନିଜ ଅସ୍ତିତ୍ୱର ଅର୍ଦ୍ଧ ନଷ୍ଟ ହୋଇଯିବ.........
‎🍂


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics