STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

ବନ୍ୟାର ବିତ୍ପାତ

ବନ୍ୟାର ବିତ୍ପାତ

1 min
4

ବନ୍ୟାର ବିତ୍ପାତ, ନଦୀ ଉଚ୍ଛ୍ୱସିତ,  
‎ଗୃହ ଦ୍ୱାର ସର୍ବ ଜଳେ ପ୍ଳାବିତ।
‎ଦୁଇ ପାଣି ମିଶି ହେଲା ପ୍ରଳୟ,  
‎ଘର ଦ୍ୱାର ସବୁ ଗଲା ଜଳମୟ।

‎ଶସ୍ୟ ସବୁ ହେଲା ଜଳ ସମାଧି,  
‎ମାନବର ସ୍ୱପ୍ନ ହେଲା ବରବାଦୀ।  
‎ଛାତ ଉପରେ ବସି କାନ୍ଦେ ଶିଶୁ,  
‎ପେଟେ ନାହିଁ ଦାନା, ଆଖିରେ ଅଶ୍ରୁ।

‎ଏଇ ବିପଦ ମଝିରେ ଆଉ ଏ ଚିତ୍ର,  
‎ସାଙ୍ଗଙ୍କୁ ମେଣ୍ଢା ପଲଙ୍କର ରଡି।
‎ଦୈନ୍ୟର ପୃଷ୍ଠେ ପଡୁଛି ବେତାଘାତ,  
‎କରୁଣା ବଦଳେ ମିଳୁଛି କେବଳ ଲାଞ୍ଛନା ଓ ଘାତ।

‎ପ୍ରକୃତି ଦେଲା ପ୍ରାକୃତିକ ଅଭିଶାପ,  
‎ମାନବ ଦେଲା ମାନବକୁ ଅନ୍ୟାୟ।  
‎ତଳ ପାଣି ବୁଡ଼ାଏ ଶରୀରକୁ,  
‎ଉପର ପାଣି ବୁଡ଼ାଏ ଆଶାକୁ।  
‎ଆଉ ରଡି ବୁଡ଼ାଏ ମାନବତ୍ୱକୁ।

‎ହେ ବିଧାତା, ଏ କେଉଁ ଲୀଳା?  
‎ବିପଦ ବେଳେ ନାହିଁ କରୁଣା ଖେଳା।  
‎ବର୍ଷା ଥାଉ, ବନ୍ୟା ଥାଉ,  
‎କିନ୍ତୁ ମଣିଷର ହୃଦୟ ଯେମିତି ନବୁଡେ।

‎ଦିଅ ଦୁଇ ମୁଠା ଅନ୍ନ, ଦିଅ ଅଭୟ,  
‎ରଡି ନୁହେଁ, ଦିଅ ସହାନୁଭୂତିର ଛାୟା।  
‎ଏଇଟା ହିଁ ହେଉ ଆଜିର ଧର୍ମ,  
‎ବିପଦେ ମଣିଷ ହେଉ ମଣିଷର କର୍ମ।


Rate this content
Log in

Similar oriya poem from Classics