STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

"ନିମିତ୍ତ ମାତ୍ର"

"ନିମିତ୍ତ ମାତ୍ର"

1 min
3

‎ଯଶ ଆସେ ଯାଏ, ଅପଯଶ ବି ତଥୈବ  
‎ପ୍ରଶଂସା ଓ ନିନ୍ଦା ଦୁଇଟି ଯାକ ମାୟା/
‎ପରଦା ଉଠେ, ପରଦା ପଡେ  
‎ଆମ୍ଭେ କେବଳ ନିମିତ୍ତ ମାତ୍ର//

‎ମଞ୍ଚ ଶୂନ୍ୟ ହେଲେ ରହେ କେବଳ ସ୍ମୃତି
‎ତାଳି ନିରବ ହେଲେ ରହେ କେବଳ କାହାଣୀ/  
‎ଆଲୋକ ଲିଭିଗଲେ ବି ରହେ ଛାୟା  
‎ଏଇ ତ ସଂସାରର ନିୟମ//

‎ଅଭିନୟ ଅବସାନେ ରହେ କେବଳ କର୍ମ
‎ସଂଳାପ ଶେଷେ ରହେ କେବଳ ଧର୍ମ/
‎ବେଶ ଖୋଲିଗଲେ ରହେ କେବଳ ଆତ୍ମା  
‎ବାକି ସବୁ କ୍ଷଣିକର ଭ୍ରମ//

‎ତେଣୁ କର ଉତ୍ତମ ଅଭିନୟ ହେ ମନୁଷ୍ୟ 
‎ସତ୍ୟ ଓ ସତ୍ୟତାର ପାତ୍ର ହୋଇ ରୁହ/
‎ହୃଦୟରେ ଦୟା, ବାଣୀରେ ମଧୁ ରଖ  
‎କର୍ମରେ ନିଷ୍କାମ ଭାବ ବହ//

‎କାରଣ ଦର୍ଶକ ଆସନରେ ବସିଛନ୍ତି ଈଶ୍ୱର
‎ସେ ଦେଖୁଛନ୍ତି ତୋ ପ୍ରତି ପଦକ୍ଷେପ/
‎ସେ ଲେଖୁଛନ୍ତି ତୋ ପ୍ରତି କର୍ମର ହିସାବ  
‎ତେଣୁ ଅଭିନୟ ନୁହେଁ, ଜୀବନ ଯାପନ କର//



Priyanka Panda 


Rate this content
Log in

Similar oriya poem from Classics