STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

"ସମାଲୋଚନା"

"ସମାଲୋଚନା"

1 min
4

‎ସ୍ୱୟଂ ଈଶ୍ୱରଙ୍କର ବି ରହିଛନ୍ତି ନିନ୍ଦକ 

‎କୃଷ୍ଣଙ୍କୁ କହିଲେ ନବନୀ ଚୋର /

‎ରାମଙ୍କୁ କହିଲେ ଜନକଜା ତ୍ୟାଗକର

‎ଶିବଙ୍କୁ କହିଲେ ଶ୍ମଶାନଚାରୀ ଈଶ୍ୱର//


‎ଯେ ରଚିଲେ ସମଗ୍ର ବ୍ରହ୍ମାଣ୍ଡ 

‎ତାଙ୍କ କର୍ମରେ ବି ମର୍ତ୍ୟେ ଦୋଷ ଅନ୍ୱେଷଣ/

‎ଯେ ଦେଲେ ଜୀବନ, ଯେ ଦେଲେ ମୋକ୍ଷ 

‎ତାଙ୍କ ଲୀଳାକୁ ବି ମାନବ କରେ ବିତର୍କ//


‎ତେବେ ମନୁଷ୍ୟ ତ ଅତି ତୁଚ୍ଛ 

‎ଆମ୍ଭେ କି ଦେବତୁଲ୍ୟ? 

‎ନିର୍ଦୋଷ ହୋଇ ବି ଉଠେ ଅଙ୍ଗୁଳି 

‎ସୁକର୍ମରେ ବି ଖୋଜାଯାଏ ତ୍ରୁଟି//


‎ହାସ୍ୟରତ ଜନକୁ କୁହନ୍ତି ଗର୍ବିତ 

‎ଅଶ୍ରୁସିକ୍ତ ଜନକୁ କୁହନ୍ତି କାତର/  

‎ନୀରବ ରହିଥିବା ଜନକୁ କୁହନ୍ତି ଅଭିମାନୀ 

‎ବାକ୍ୟବାଣୀ ଜନକୁ କୁହନ୍ତି ବାଚାଳ//


‎ତେଣୁ ହେ ମନ... ଲୋକାପବାଦ ତ୍ୟାଗ

‎କର୍ମ କର ନିଷ୍କାମ ନିଷ୍ଠାରେ/

‎କାରଣ ସୃଷ୍ଟିକର୍ତାଙ୍କର ବି ହୁଏ ନିନ୍ଦା 

‎ତ୍ୱଂ ତ କେବଳ ନିମିତ୍ତ ମାତ୍ର//



Priyanka Panda 


Rate this content
Log in

Similar oriya poem from Classics