ଆଦ୍ୟା ଶକ୍ତିର ଆବରଣ
ଆଦ୍ୟା ଶକ୍ତିର ଆବରଣ
ନାରୀ ତନୁ ମାଂସ ଅସ୍ଥିରେ ନୁହେଁ ଖାଲି ଗଢ଼ା,
ଏଥିରେ ନିହିତ ଆଦ୍ୟା ଶକ୍ତି ଜାଣ ହେ ନର!
ସୃଷ୍ଟିର ଗୁଢ ରହସ୍ୟ ବହେ ଏ ଦେହେ,
ସେଥିପାଇଁ ପ୍ରକୃତି ତାକୁ ରଖେ ଆବରଣେ।
ଯେ ପୁରୁଷ ବୁଝେ ଏ ମର୍ଯ୍ୟାଦାର ମହତ୍ୱ,
ସେ ହିଁ ପ୍ରକୃତ ପୁରୁଷ କୁହାଏ ତତ୍ୱ।
ନାରୀ କାମନା କରେନା କେବଳ ଶରୀର,
ସେ ଚାହେଁ ବିଶ୍ୱାସ ଆଉ ଆଦର ନିର୍ଭର।
ଦେହ ଦାନ ସହଜ, ଆତ୍ମଦାନ ଦୁର୍ଲଭ,
ଯେ ନାରୀ କରେ ସମର୍ପଣ ସେ ଚାହେଁ ଚିରସାଥୀ ଅନୁରୂପ।
ତେଣୁ ହେ ନର, ନାରୀକୁ ଦେଖ ଦେବୀ ସମାନ,
ତାର ତନୁ ନୁହେଁ, ହୃଦୟକୁ କର ସ୍ପର୍ଶ ମହାନ।
ତେବେ ହିଁ ତୁମେ ପାଇବ ସତିକାର ପ୍ରେମ।
