ମୃତ ଆତ୍ମା
ମୃତ ଆତ୍ମା
ବିଚାରପତି, ମୁଁ ହିଁ ଆସାମୀ,
ଆଉ ତୁମେ ହିଁ ସାକ୍ଷୀ ଆଉ ବିଚାର।
ଆମ ସମ୍ପର୍କର ଫାଇଲ୍ ଖୋଲି ବସିଛି,
ପ୍ରତି ପୃଷ୍ଠାରେ ତୁମ ନାମର ଦସ୍ତଖତ।
ରାୟ କ'ଣ ହେବ ଜାଣିନି,
କିନ୍ତୁ ଆଜୀବନ କାରାଦଣ୍ଡ ଦେବି -
ମୋ ମନରେ ତୁମକୁ ରଖିବାର।।
ଗଲା ଲୋକ ଯଦି ଥରେ ଫେରିଆସନ୍ତେ.......
ପ୍ରଥମେ ମୁଁ କିଛି କହୁନଥାନ୍ତି।
କେବଳ ଚାହିଁ ରହୁଥାନ୍ତି ତାଙ୍କ ଆଖିକୁ,
ଦେଖୁଥାନ୍ତି ସେଇ ଅଧୁରା କଥା ସେଠି ଅଛି କି ନାହିଁ।
ତାପରେ କୁହନ୍ତି - ଚାଲ ଆଉ ଥରେ ଆରମ୍ଭ କରିବା,
ଯେଉଁଠି ଆମେ ଭୁଲରେ ଷ୍ଟପ୍ ଦେଇଥିଲୁ।
ଗଲା ଲୋକ ଯଦି ଫେରିଆସନ୍ତେ..........
ଗୋଟେ ସନ୍ଧ୍ୟା,
ଚା' କପ୍ ରେ ଚିନି କମ୍ ଥିଲେ ବି କହୁନଥାନ୍ତି।
କେବଳ କୁହନ୍ତି - ଏଇ ଅଭ୍ୟାସ ଟା ତୁମର ଥିଲା,
ମୁଁ ଭୁଲିପାରିନି।
ଜାନାଲା ପାଖେ ବସି କୁହନ୍ତି,
ସେଇ ଅଧୁରା ସିରିୟଲ୍ ର ଶେଷ ଏପିସୋଡ୍ ଦେଖିବା ବାକି ଅଛି।
ଛିଣ୍ତା ସମ୍ପର୍କର ସୂତା ଆଜି ବି ଅଛି ମୋ ପାଖେ,
ଗଣ୍ଠି ପଡି ପଡି ମୋଟା ହୋଇଯାଇଛି।
ଯଦି ତୁମେ ଫେରିଆସନ୍ତେ...........
ସେଇ ଗଣ୍ଠି ଗୁଡିକୁ କହୁଥାନ୍ତି - ଏଇଟା ଅଭିମାନର, ଏଇଟା ଅପମାନର।
ତାପରେ ଦୁହେଁ ମିଶି କାଟିଦେଉଥାନ୍ତୁ,
ଆଉ ଗୋଟେ ନୂଆ ସୂତାରେ ଆରମ୍ଭ କରୁଥାନ୍ତୁ।
ଗଲା ଲୋକ ଯଦି ଫେରିଆସନ୍ତେ..........
