STORYMIRROR

Prabhanjana Tripathy

Fantasy

3  

Prabhanjana Tripathy

Fantasy

ମର୍ଣ୍ଣିଂ ଓ୍ବାକ୍

ମର୍ଣ୍ଣିଂ ଓ୍ବାକ୍

1 min
162

ଫଗି ପ୍ରତ୍ୟୁଷ ଶିକର ବେଳାରେ

ଆମ୍ଭେ ବନ୍ଧୁତ୍ରୟ ସୁପ୍ତ ଜ୍ବଳାରେ

ପଦଚରଣରେ ପଥ ଅତିକ୍ରମେ

ମର୍ଣ୍ଣିଂ ଓ୍ଵ।କ୍ ର ଚାର୍ମିଙ୍ଗ ନେବାରେ ।


ପଥପାର୍ଶ୍ବେ ପାର୍ଶ୍ବେ ସେ ଶ୍ୟାମଳ କ୍ଷେତ

ଆହୁ ନାହିଁ ଶ୍ୟାମ ବଦଳେ ରଙ୍ଗତ

ମୁରୁଜ ସତେକି କେ ଦେଇଛି ବୁଣି

ଫଗୁଆ ରଙ୍ଗରେ ନାଚେ ଏ ଧରଣୀ ।


ଧାନକେଣ୍ଡା ବୁଢ଼ୀ ମଥା ନଇଲାଣି

କେଣ୍ଡାର ଉପରେ ନାଚେ ବୁଢ଼ୀଆଣି

ନେଟ୍ ରେ କାକର ସତେକି ଚମକ

ଦୃଷ୍ଟି ମଧ୍ୟେ ଆସେ ମୁକ୍ତାର ଭ୍ରମକ ।


କାଶତଣ୍ଡି ଆଉ ନ ପାରେ ଦହଲି

ଶିକରର ସିକ୍ତ ହୋଇ ଅଛି ବୋଲି

ପ୍ରତି ବନ୍ଧକ ଟି'ଯେ ମୃଦୁ ମଳୟ

ଶ୍ୟାମଳ ଲହରୀ ହେଲା ଅବକ୍ଷୟ ।


ଅଂଶୁମାଳିନୀର ସୁଶୀତଳ ଖର

ଶିଶିର ଖେଳରେ ହୁଏ ଅତିଧିର

ପଦ ଚାରଣରେ ଆମେ ବନ୍ଧୁତ୍ରୟ

ସ୍ବେଦ ନିବୃତେ' ଫେରୁ କର୍ମାଳୟ ।


Rate this content
Log in

Similar oriya poem from Fantasy