STORYMIRROR

Niranjan Sahu

Inspirational Others

3  

Niranjan Sahu

Inspirational Others

ମରଣ ନୀତି ଡାକୁଛି

ମରଣ ନୀତି ଡାକୁଛି

1 min
270

ଏନ୍ତୁଡ଼ି ର ନିଆଁ ଲିଭିଯାଇଛି

ହୋମ ନିଆଁ ଆଜି ହସି ଉଠୁଛି

ମଶାଣିରେ ନିଆଁ ଜଗିବସିଛି

ଦିନ ବେଳ କାଳ ସରିଆସୁଛି

ତଥାପି ମଣିଷ କିଛି ବୁଝୁନାହିଁ

  ଲୋଭ ମୋହରେ ଘୁରିବୁଲୁଛି,


ମୋର ମୋର କହି ଗର୍ବ କରୁଛି

କେତେ ଯାଉଛନ୍ତି ନୀତି ଦେଖୁଛି

ନିଜର କଥାକୁ ଭୁଲି ଯାଉଛି

ଦୁଃଖରେ ଦୁଃଖରେ ଦିନ କାଟୁଛି

ତଥାପି ମଣିଷ କିଛି ବୁଝୁନାହିଁ

    ଧନ ଧନ ବୋଲି ଝୁରି ମରୁଛି,


ହରିନାମ ପଦ ଭୁଲିଯାଇଛି

ମୁକ୍ତି ର ପଥ କୁ ଛାଡ଼ିଦେଉଛି

ଅସତ ପଥରେ ପାଦ ଦେଉଛି

ମିଛ ମାୟା ରେ ମାତି ରହୁଛି

ତଥାପି ମଣିଷ କିଛି ଜାଣିପାରୁନାହଁ

      ମରଣ ତାକୁ ନୀତି ଡାକୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational