STORYMIRROR

Dr Baman Chandra Dixit

Classics Inspirational

3  

Dr Baman Chandra Dixit

Classics Inspirational

ମରିନି ମରିଚିକା

ମରିନି ମରିଚିକା

1 min
420


ମାରିଚ ମରିଛି,ମରିନି ମରିଚିକା

ସେ କାଳୁ ଏ କାଳ ଯାଏ 

ଆଶକ୍ତ ସମସ୍ତ ସୀତା ,

ମାୟା ର କାୟା ବିସ୍ତାରିତ ହୋଇ

ସମୟ କୁ ଆକ୍ରାନ୍ତ କରିଯିବା ପରେ ମଧ୍ୟ।

ରାମ ମାନେ ମାରିଚ ମାରିବା ପରେ

ମରୁଛନ୍ତି ତିଳ ତିଳ ଶେଷ ଶ୍ବାସ ଯାଏ।

ସୁନା ର ହରିଣ ଆଜି ବି ହାତ ଛଡା,

ମାତ୍ର ବାରମ୍ବାର ପ୍ରୟାସ ରତ 

ସମ୍ମୋହିତ ଆଶା ମାନେ ,

ମାରୁଛନ୍ତି ସୁନା ର ହରିଣ ନିତି।

କାୟା ହୀନ ମାୟା ମାନେ 

ରୂପ ବଦଳେଇ ଦିଅନ୍ତି,

ଏକ ମାରିଚ ମରିଯାଏ

ମାତ୍ର, ମରେନା ମରିଚିକା।



Rate this content
Log in

Similar oriya poem from Classics