STORYMIRROR

Dr Baman Chandra Dixit

Classics Inspirational

4  

Dr Baman Chandra Dixit

Classics Inspirational

ମରିନି ମରିଚିକା -୨

ମରିନି ମରିଚିକା -୨

1 min
462


ସୁନା ହରିଣ କେବଳ ସେ ନୁହଁ

ଯିଏ ଆଖି ସାମ୍ନାରେ ସୀତାର

ଦଉଡୁ ଦଉଡୁ ମନ ମୋହୁ ଥିଲା

ଅବା ଲୋଭାସକ୍ତ କରୁ ଥିଲା 

ବିଳାସ ଅଭିଲାଷୀ ହୃଦୟକୁ।

ସୀତା ଏକ ଦୁର୍ବଳ ଅଭିଳାଶା 

ଏବଂ ରାମ ଏକ ଆଶା ,

ଯା'ର ଆଶା ସମସ୍ତ ବନ୍ଦୀ ପ୍ରାୟ

କେଉଁ ଅସାମୟୀକ କର୍ତ୍ତବ୍ୟ ରଜ୍ଜୁରେ।

ମନ ତଳେ ଶୁପ୍ତ ଇଛା ମାନଙ୍କୁ

ହଲେଇ ଚହଲେଇ ଜାଗ୍ରତ କଲା ପରି,

କାମନାର ସୁନେଲି ଅଭାରେ

ଆଭାୟିତ କରିଦେବା ପରେ

ନିର୍ମହି ପୌରୁଷ ମାନେ ମଧ୍ୟ

ମୋହ ଗ୍ରସ୍ତ ହୋଇ ଯାଆନ୍ତି।

ଶକ୍ତି ସମସ୍ତ ଆଶକ୍ତି ପ୍ରାପ୍ତି ହେତୁ

ତତ୍ପରତାର ପରାକାଷ୍ଠା ଲଙ୍ଘି

ସାମାନ୍ୟ ଏକ କାମନା ସିଦ୍ଧି ପାଇଁ

ଲକ୍ଷ୍ମଣ ମାନଙ୍କୁ ଅବହେଳିତ କରି

ସ୍ୱୟଂ ଶୁପ୍ତ ନିଜସ୍ୱ ଅହଂ ପ୍ରଦର୍ଶନ ପାଇଁ

ସୁନା ହରିଣ ପଛରେ ପାଗଳ ହୋଇ ଯାନ୍ତି।

ଏକ ମାୟା ମୃଗ ମରି ଯାଏ

ଜଳେଇ ନୂତନ ଆଶା ଅନ୍ୟ ଏକ

ସୁନା ହରିଣର।

ମରି ଯାଏ ମାୟା ମାରିଚ

କିନ୍ତୁ ମରେନି ମରିଚିକା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics