STORYMIRROR

Er. Prakash Majhi

Romance

3  

Er. Prakash Majhi

Romance

ମରୀଚିକା

ମରୀଚିକା

1 min
364

 


ବହୁ ଦିନ ପରେ କବିତା ଲେଖୁଛି 

       ଆଜି ଏ ନୀରବ ମନ 

ଚିହ୍ନା ମୁହଁ ଆଜି ଅଚିହ୍ନା ହୋଇ ତୁ 

      ଦୂର ରାଇଜର ଜହ୍ନ। [୧]

ତମ ଲାଗି ଦିନେ ଯେଉଁ କବିତାକୁ 

      ଭାବନାରେ ଗାଉଥିଲି

ସେ କବିତା ଆଜି ମୋ ପାଇଁ ମୁକୁତା 

     ଲେଖୁ ଲେଖୁ ଲେଖି ଦେଲି । [୨]

ଆଜି ଯଦି ତୁମେ ମୋ କବିତା ପଢି 

      ଲୋତକରୁ ଲୁହ ଢାଳ 

ସେ ଲୁହ ମୋ ପାଇଁ ଅମୂଲ ଧନ 

       ସାହସ ଶକତି ବଳ । [୩]

କଲମ ମୁନକୁ ଶକ୍ତ କରି ଦିଅ 

       ଢାଳି ମମତାର ବାରି 

ହୃଦୟ ସାଗରୁ ସ୍ନେହଟିକ ଦେଇ 

        ପଣତରେ ଦିଅ ଭରି । [୪]

ତୁମ କଥା ଭାବି ଦିନ ସରି ଗଲା

        ନହେଲା ତୁମର ଦେଖା

ଜୀବ ଥିବା ଯାଏ ତୁ ମୋ ମନ ରାଣୀ 

        ହେଉ ପଛେ ମରୀଚିକା। [୫]


Rate this content
Log in

Similar oriya poem from Romance