STORYMIRROR

Rama chandra Pradhan

Abstract Inspirational

3  

Rama chandra Pradhan

Abstract Inspirational

ମରୀଚିକା

ମରୀଚିକା

1 min
233

ମରୀଚିକା ଅଟେ ବାୟୁ ମଣ୍ଡଳୀୟ 

ସ୍ଥିତିହୀନ ଦୃଷ୍ଟିଭ୍ରମ

ଅସ୍ତିତ୍ୱ ବିହୀନ ତା' ପ୍ରତିବିମ୍ବଟି 

ଲାଗେ ପ୍ରହେଳିକା ସମ l

ଦିନ ଦ୍ବିପ୍ରହରେ ଦୂର ସଡ଼କରେ 

ମରୀଚିକା ଦେଖାଯାଏ 

ନିକଟକୁ ଗଲେ ବିଭୀଷିକା ପରି 

କୁଆଡ଼େ ଉଭେଇ ଯାଏ l

ସୁନ୍ଦର ଦିଶଇ ମାୟା ମରୀଚିକା 

ମୋହାଚ୍ଛନ୍ନ କରି ମନ

ତା' ପଛେ ଗୋଡ଼ାଇ ପାଦ ଥକିଯାଏ 

ତୁଚ୍ଛ ଲାଗେ ଏ ଜୀବନ l

ବାସ୍ତବରେ ଯାହା ଦେଖାଯାଏ ସେ'ତ 

ସବୁ ମାୟା ମରୀଚିକା

ଏ ଭବସଂସାରେ ସବୁ କିଛି ମିଛ 

ମୃତ୍ୟୁ ଖାଲି ସତ୍ୟ ଏକା l

ଲୋଭ ମୋହ ମାୟା ପଛରେ ଗୋଡ଼ାଇ 

ଭୋଗ ନି ଜମା ଦୁର୍ଦଶା 

ଭ୍ରମିତ ମନରେ ମରୁଭୂମି ପଥେ 

ରଖନାହିଁ କେବେ ଆଶା l

ଅସୁମାରୀ ଆଶା ମରୀଚିକା ଭଳି 

ପ୍ରଲୋଭିତ କରେ ମନ 

ବୁଝି ନ ପାରି କି' ଏ ମୂଢ଼ ମଣିଷ 

ଦୁଃଖେ କାଟି ଥାଏ ଦିନ l


Rate this content
Log in

Similar oriya poem from Abstract