STORYMIRROR

Bijay Prusty

Fantasy

4  

Bijay Prusty

Fantasy

ମରିଚିକାର ପ୍ରେମ

ମରିଚିକାର ପ୍ରେମ

1 min
459


ଉଜୁଡା କ୍ଷେତର ସଜଡା ସପନ

ଫଗୁଣର ଫୁଲବନ

ତୁମେ କୂଳୁ କୂଳୁ ପ୍ରୂତି ନିର୍ଝରିଣୀ

ଚପଳ କିଶୋରୀ ମନ ।

ଚୋରା ଚଇତାଳି ସୁବାସିତ ଧରା

ଫିକା ଫିକା ଫଗୁଖେଳ

ଚଇତ ମଥାର ପକ୍ୱକେଶ ତୁମେ

ନିଦାଘେ ଶୀତଳ ଜଳ ।

କୃଷ୍ଣଚୂଡା ଓଠ ନାଲିରଙ୍ଗ ମାଖେ

ଟାଆଁସିଆ ଲାଗେ ଖରା

ପ୍ରୀତିର ସହରେ ନିଆଁ ଜଳୁଥାଏ

ତୁମେ ଦିଅନାହିଁ ଧରା ।

ମରିଚିକା ସାଜି ନିମନ୍ତ୍ରଣ କର

ମୃତ୍ୟୁ ଦିଗେ ନିଅ ଡାକି

ତୁମେ ମରୁଝର ଶୀତଳ ପବନ

ଦେଖିବାକୁ ଅଛି ବାକି ।

        


Rate this content
Log in

Similar oriya poem from Fantasy