STORYMIRROR

Ghanashyam Biswal

Inspirational

3  

Ghanashyam Biswal

Inspirational

ମରିବି ପଛେ

ମରିବି ପଛେ

1 min
226

ଅସତ୍ୟ, ଅଧର୍ମେ, ମିଥ୍ୟା ଅପଵାଦେ

ଜିଇଁବି ନାହିଁ ଜୀବନ

ଦୟା, କ୍ଷମା, ଶାନ୍ତି, ସେବାରେ ସର୍ବଦା

ଲାଗିଥାଉ ମୋର ମନ l

ସ୍ୱାର୍ଥ ଲୋଭ ଆଶେ ପରର ସମ୍ପଦେ

ଲୋଭ କରିବିନି କେବେ

ହିଂସା, ଅହଂକାର ତ୍ୟାଗ କଲେ

ଦୁନିଆ ହସିବ ତେବେ l

ଛୋଟ ବଡ ବୋଲି କେହିବି ନାହାନ୍ତି

ଏ ସାରା ପୁଣ୍ୟ ଜଗତେ

ଅନନ୍ୟ ଅଟନ୍ତି ସଭିଏଁ ଯାକର

ଭିନ୍ନ ପ୍ରତିଭାର ସ୍ରୋତେ l

ସଭିଏଁ ଆମର ଭଉଣୀ ଭାଇ ଯେ

କରିବ ସଭିଙ୍କୁ ଆଦର

ଅସମୟେ ତାଙ୍କ ସହାୟ ହୋଇବା

ପଶୁ ହେଉ କିମ୍ବା ନର l



Rate this content
Log in

Similar oriya poem from Inspirational