STORYMIRROR

Kalandi pal

Inspirational

3  

Kalandi pal

Inspirational

ମର ଅବା ସର

ମର ଅବା ସର

1 min
148

ହେବ ନାହିଁ କେବେ ମାମଲତକାର

ଘରେ କି ବାହାରେ ସଭା ସମିତିର

ଦେବ ଶ୍ରମ ଦାନ ଖର୍ଚ୍ଚ ହେବ ଧନ

କରୁ କେ ନ କରୁ  କଥାଟି ଟାଣ

ଲାଭ ନ ଥାଇ କି ବଣିଜ କା’ର

କହିବେ କୁଜନେ କେତେ ପ୍ରକାର 

ମର ଅବା ସର ପୂରଣ କର

ନୋହିଲେ ବାଜିବ ନିନ୍ଦା ବିଗୁଲ ।।


ଯୌଥ ପରିବାର ଖୁସି ସଂସାର

ସେ ଘରେ ହେଲେ ମାମଲତକାର

ବ୍ୟୟର ହିସାବ ରଖନ୍ତିନି କେହି

ଆୟର ହିସାବ ଅଡି ବସଇ

ଯେ ବେଳେ ଯାହାର ଯାହା ଦରକାର

ପୂରଣ ନ ହେଲେ ବିଘ୍ନଟି ସାର 

ମର ଅବା ସର ପୁରଣ କର

ଯେତେ ଆବଶ୍ୟକ ପରିବାରର ।।


ଝିଅଟିଏ ଯଦି ହେଉଛି ବାହା

ବାପା ଡାକେ ପ୍ରଭୁ ହୁଅ ହେ ସାହା

ଜ୍ୱାଇଁ ଘରର ତ କେତେ ଫାର୍ମାସୀ

ଶୁଣି ହୋସ ଉଡ଼େ ବାପାର ଏଠି

ପୂର୍ଣ୍ଣ କରେ ଆଣି କରଜ ଧାର

ମୁଣ୍ଡେ ତେନ୍ତୁଳିଆ କାମୁଡେ ତାର

ମର ଅବା ସର ପୂରଣ କର 

ଝିଅ ଜ୍ୱାଇଁଙ୍କର ଯା ଦରକାର ।।


ବାପା ରୋଜଗାର ଦେଖେନି ପୁଅ

ଦରକାର ଯାହା ଆଣିକି ଦିଅ

ସ୍ତ୍ରୀ ସଦା କୁହେ ଏଇଟା ଆଣ

ନ ଦେଲେ ହୁଅଇ ସେ ଫଣ ଫଣ

ଯେତେ ବଢ଼ୁଥାଉ କରଜ ମୋର

ମୁଁ ପରା ଏ ଘର ମମଲତକାର 

ମର ଅବା ସର ପୁରଣ କର

ସ୍ତ୍ରୀ ପିଲାଙ୍କର ଯା ଦରକାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational