STORYMIRROR

BRATATI PRIYADARSHINI

Children

3  

BRATATI PRIYADARSHINI

Children

ମୋର ପ୍ରିୟ ଋତୁ

ମୋର ପ୍ରିୟ ଋତୁ

1 min
63

ମୋର ପ୍ରିୟ ଋତୁ

     ଶୀତ 

    ଜାଣିଚୁ ମୁ ତତେ କେତେ ଅପେକ୍ଷା କରୁଛି ?

 ତୁ କେବେ ଆସିବୁ କହିଲୁ ? 

ମୁ ଆଉ ରହି ପାରୁନି |

 ତୋ ପାଇଁ ମୁ ଏକ କବିତା ଲେଖିଛି ପଢ଼ିବୁ ନିଶ୍ଚୟ |


ପୌଷ ଓ ମାଘ ମାସରେ କେବଳ ଆସୁ ତୁ 

ହେଲେ ବର୍ଷ ସାରା ତତେ ଅପେକ୍ଷା କରେ ମୁଁ 

ତୋର ସେ ଥଣ୍ଡା ଥଣ୍ଡା ପବନ 

ଛୁଇଁ ଛୁଇଁ ଯାଏ ତନୁ ମନ ଭାରି ଭଲ ଲାଗେ ,

ସକାଳର ଚାହାରୁ ଉଠୁଥିବା ଧୁଆଁ 

ମାଟି ହାଣ୍ଡି, ଭଜା ମୁଢି ଉଖୁଡା ମୁଆଁ 

ଆଇମା କୋଳେ ପଶି ଗପ ଶୁଣିବା 

ଗୋଟିଏ ଲଣ୍ଠନରେ ଭାଇ ଭଉଣୀ ମିଶି ପଢିବା 

ସକାଳ କାକରେ ହୀରା ମୋତି ଗଣା 

ଏଠି ସବୁ ଦୁଃଖ ହୁଏ ବାଟବଣା 

ମାଣବସାରେ ବୋଉ ସଂଗେ ଫୁଲ ତୋଳା 

ଘର ଦୁଆରେ ଝୋଟି ଚିତା ବୋଳା

ସାଙ୍ଗ ମାନେ ମିଶି ନିଆଁ ପୋଇଁବା 

କୋଳି ଗଛକୁ ଟେକା ମାରିବା 

ବନିଶୀ ପକେଇ ମାଛ ଧରିବା 

ବର୍ଷା ପାଣିରେ ଡଙ୍ଗା ଭସାଇବା 

ବସନ୍ତେ କୋଇଲିକୁ ଖତେଇ ହେବା 

ଆମ୍ବ ଚୋରେଇ ଝର କରିବା 

ଖରା ଦିନେ ନଈରେ ପହଁରିଯିବା 

ଏମିତି ଋତୁ ଆସେ ଯାଏ ,

ହେଲେ ତତେ ମୁଁ ବର୍ଷ ସାରା ଅନେଇଥାଏ 

ମୋ ରାଣ ତତେ ଜଲ୍ଦି ଆସିବୁ 

ପୁଣି ନୂଆନୂଆ ସ୍ମୃତି ଆଣିବୁ 

ଇତି ତୋର ପ୍ରିୟ |ମୁଁ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children