STORYMIRROR

BRATATI PRIYADARSHINI

Abstract

2  

BRATATI PRIYADARSHINI

Abstract

ତୁମେ ହିଁ ଭାଇ ତୁମେ ହିଁ ବନ୍ଧୁ

ତୁମେ ହିଁ ଭାଇ ତୁମେ ହିଁ ବନ୍ଧୁ

1 min
80

ଦୁଖ ମୋର ଭାଇବନ୍ଧୁ

           ସୁଖ ସାତ ପର

ଅନାଥର ନାଥ ପ୍ରଭୁ

           କର ମୋତେ ନିଜର

ଏ ଜୀବନ ତୁମ ଦାନ

           ଆହେ ଶଙ୍ଖ ଚକ୍ରଧାରୀ

ଜୀବନ ଜମୁନା ମୋର

           ହାତ ଧରି କର ପାରି

ଦୁଖୀର ଦୁଖ ହର

               ଆହେ ପ୍ରଭୁ ଦୁଖହାରୀ

ମୋ ଦୁଖ ସୁଣ ବାରେ

              ବାବା ବିଶ୍ୱ ବିହାରୀ

ଦିଅ ବା ନଦିଅ ପ୍ରଭୁ

               ଦିନ ରାତି ଡାକୁ ଥିବି

ତୁମ ପାଦେ ଆଶ୍ରା ପାଇଁ

               ନୀତି ଭିକ ମାଗୁ ଥିବି

ପ୍ରାଣ ଯିବା ଜାଏ ପ୍ରଭୁ

               ସାଇ ନାମ ତୁଣ୍ଡେ ଥାଉ

ସାଇ ସାଇ ଡାକି ଡାକି

               ଏ ଜୀବନ ଛାଡି ଯାଉ

ସାଇ ନାଥ ଜଗନ୍ନାଥ

              ଆହେ ଜଗତର ନାଥ

କ୍ଷମା କରି ଅଧମ କୁ

ଘେନ ବାରେ ପ୍ରଣିପାତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract