ଗୋଲାପି ଜହ୍ନ
ଗୋଲାପି ଜହ୍ନ
ଇଚ୍ଛା ହୁଏ ବେଳେ ବେଳେ ଦୁନିଆର
ଭିଡ଼ରୁ ଦୂରେଇଯାଇ ,
ତୁମ ହାତ ଧରି
ନିକାଞ୍ଚନେ ବୁଲିବା ପାଇଁ ।
କବରୀରେ ତୁମ ଖୋସି ଦିଅନ୍ତି ମୁଁ
ଘାସ ଫୁଲ ଟିଏ ଆଣି ।
ଦୃଦୟ ମୋ ତୃପ୍ତ ହୁଅନ୍ତା
ତୁମେ ମୁରୁକି ହସୁଛ ଜାଣି ।
ନଥିବ କିଛି ଆକଟ କି ବନ୍ଧନ
ତୁମ ଆଉ ମୋ ମଧ୍ୟରେ ।
ଗୋଲାପ ଫୁଲର ଅଧରେ
ଆଙ୍କି ଦେବି କିଛି ପ୍ରେମ ।
ଲାଜେଇ ଯିବ ସେ ଜହ୍ନ ଅଳସି
ମୁହଁ ଲୁଚାଇବ ତୁମ କବରୀ ରେ ଆସି ।
କିନ୍ତୁ ଏ କଣ ହେଲା ?
ଗୋଲାପୀ ସ୍ବପ୍ନ ଟା କଣ୍ଟା ଘାସ ହେଲା
ଆଖି ଫିଟିଯିବା ପରେ ।
ଜହ୍ନ ର ଜୋଛନା ଦେହ ପୋଡି ଦିଏ
ସ୍ବପ୍ନ ଛାଡ଼ିଯିବା ପରେ ।
ସ୍ବପ୍ନ ଗଲା କାହିଁ , ଜହ୍ନ ଗଲା କାହିଁ ?
ତୁମେ ଅଛ କାହିଁ , ମୁଁ ଅଛି କାହିଁ ?