STORYMIRROR

BRATATI PRIYADARSHINI

Children Stories Inspirational Children

3  

BRATATI PRIYADARSHINI

Children Stories Inspirational Children

ଗୁରୁ ହିଁ ଇଶ୍ୱର

ଗୁରୁ ହିଁ ଇଶ୍ୱର

1 min
235

ପିତା ପରି ସେ କରି ଶାସନ

ମାତା ପରି ସେ କରନ୍ତି ସ୍ନେହ 


ବନ୍ଧୁ ପରି ଯିଏ ଜିଣଇ ମନ 

ବିଦ୍ୟା ପରି ଧନ କରଇ ଦାନ 


ଦ୍ଵିତୀୟ ଘରର ମୁରବୀ ସିଏ 

ମାଟି ପିଣ୍ଡୁଳାକୁ ଜୀବନ ଦିଏ 


ଅନ୍ଧାରୁ ଆଲୋକକୁ ନିଏ କଢ଼େଇ 

ଅଟକି ଗଲେ ଟାଣି ନିଏ ହାତ ବଢେଇ 


ମଣିଷ ତିଆରି କାରଖାନା ଚଳାଏ 

ଟିକି ମଞ୍ଜିକୁ ବିରାଟ ବୃକ୍ଷ କରାଏ 


ଦେଇ ଉପଦେଶ ବିଦ୍ୟା ଓ ଜ୍ଞାନ 

ମନୁଷ୍ୟକୁ ଦିଅନ୍ତି ଦିତୀୟ ଜନ୍ମ 


ଭାଗବାନଙ୍କର ସିଏ ଚଳନ୍ତି ଅବତାର

ଯେପରି ବ୍ରହ୍ମା ବିଷ୍ଣୁ ଓ ମହେଶ୍ଵର 


ଗୁରୁଙ୍କୁ ସାମାନ୍ୟ ତମ ନ ମଣିବ ନର 

ଗୁରୁ ହିଁ ଦେବତା ଆମ ସାକ୍ଷାତ ଈଶ୍ୱର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍