STORYMIRROR

BRATATI PRIYADARSHINI

Classics Inspirational Others

3  

BRATATI PRIYADARSHINI

Classics Inspirational Others

ଇନ୍ଦ୍ରଧନୁ ରାକ୍ଷୀ

ଇନ୍ଦ୍ରଧନୁ ରାକ୍ଷୀ

1 min
50

ରକ୍ଷାର ସୂତ୍ର ସିଏ ସ୍ନେହ ପ୍ରେମରେ ଗଢା

ବଳଭଦ୍ର ଜନ୍ମ ପୁଣି ଖିରି ପିଠା ବଢ଼ା

ଭାଇ ଭଉଣୀ ସମ୍ପର୍କର ଅତ୍ର ଏହି ପର୍ବ 

ଭାଇ ହାତେ ରାକ୍ଷୀ ଦେଖି ଭଉଣୀର ଗର୍ବ 

କେତେ ସରାଗେ ଚାହିଁ ଥାଏ ଏହି ଦିନକୁ 

ଭଉଣୀ ତା ଭାଇ ହାତେ ରାକ୍ଷୀ ବାନ୍ଧିବାକୁ 

ଧରିତ୍ରୀ ମାତା ରାକ୍ଷୀ ବାନ୍ଧେ ଜହ୍ନ ମାମୁ ହାତେ 

ସେ ରାକ୍ଷୀ ଟି ଇନ୍ଦ୍ରଧନୁ ସତ ରଙ୍ଗ ସାଥେ 

ରକ୍ଷାର ସୂତ୍ର ପୁଣି ସମ୍ପର୍କ ର ମୂଲ୍ୟ 

ଭାଇ ଭଉଣୀ ସମ୍ପର୍କ ଯେ ନିର୍ମାଲ୍ୟର ତୁଲ୍ୟ 

କୋରନା ଆସିଛି ବୋଲି ରାକ୍ଷୀ ଦୋକାନ ଟେ ନାହିଁ 

ଭଉଣୀର ଚକ୍ଷୁ ଆଦ୍ର ଦୂରେ ବନ୍ଦୀ ତାର ଭାଇ 

ଭାଇ ଭଗିନୀ ସ୍ନେହର ପବିତ୍ର ଏ ଡୋରି 

ଯେତେ ଦୂରେ ଥିଲେ ସୁଦ୍ଧା ଭାଇ ଭୁଲିବ କିପରି 

ବଡ ଦିଅଁ ପାଖେ ଏତିକି ବିନମ୍ର ପ୍ରାର୍ଥନା 

ଅଚିରେ ବିଲୁପ୍ତ ହେଉ ଦୁନିଆରୁ କୋରନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics