STORYMIRROR

BRATATI PRIYADARSHINI

Classics Inspirational Children

3  

BRATATI PRIYADARSHINI

Classics Inspirational Children

ରାଖୀ ଗାଥା

ରାଖୀ ଗାଥା

1 min
74

ଦୁଇ ଖିଅ ନାଲି ନେଳି ରେଶମୀ ସୁତା 

ବଖାଣେ ସେ ଭାଇ ଭଉଣୀ ସମ୍ପର୍କ ଗାଥା 

କାହିଁ କେଉଁ କାଳରୁ, ଦେବତା ଅମଳରୁ 

ଆରମ୍ଭିଲା ଏହି ପର୍ବ 

ପିଠା ପଣା ଖାଇ ମିଠା ମୀଠୀ ଦେଇ 

ଭାରତ ଭୁଖଣ୍ଡେ ପାଳନ୍ତି ସର୍ବ 

ଭାବେ  ମୁଁ  ଯେବେ ରାକ୍ଷୀ ପୂର୍ଣ୍ଣିମା ଆରମ୍ଭିଲା କେବେ 

ମନେପଡେ ମାଲକ୍ଷ୍ମୀଙ୍କ କଥା 

ସ୍ୱାମୀଙ୍କ ରକ୍ଷା ,ନାରଦଙ୍କ ବ୍ୟାଖ୍ୟା 

ମାଲକ୍ଷ୍ମୀ ପାଳନ କଲେ ପାତି ମଥା

ଆମ ପୁରାଣେ କଥା ଅଛି ଯେମନ୍ତେ 

କହୁଛି କଥାଟି ଅଟେ ଏମନ୍ତେ 

ଶହେଦସ ଯଜ୍ଞ ସଫଳେ ସମାପ୍ତି 

ଦୈତ୍ୟ ରାଜା ବଳି କଲା ବଳ ପ୍ରାପ୍ତି 

ମହାଦାନୀ ବଳିର ବଳରେ 

ଦେବତାମାନେ କମ୍ପିଲେ ଭୟରେ 

ବିଷ୍ଣୁଙ୍କ ପଞ୍ଜରେ କାକୁସ୍ଥ ହୋଇ 

ପ୍ରାଥନା କଲେ ବଳିଠୁ ନିସ୍ତାର ପାଇଁ 

ବିଷ୍ଣୁ ଭଗବାନ ହୋଇଲେ ପ୍ରସନ୍ନ 

ନେଲେ ଅବତାର ହୋଇ ବାମନ 

ବାମନ ବ୍ରାହ୍ମଣ ଦାନ ମାଗନ୍ତି ଯାଇ 

ଦାନ ଦେବାକୁ ବଳି ତ୍ରିବାର ସତ୍ୟ କରଇ

ତିନି ପାଦ ଭୂମି ଦାନ ମାଗିଲେ 

ମହାଦାନୀ ବଳି ସ୍ଵହର୍ଷେ ଦେଲେ 

ଛନ୍ଦ କରି ବିଷ୍ଣୁ ବିସ୍ତାରିଲେ କାୟା 

କିଏବା ପାରିବ ବୁଝି ତାଙ୍କରି ମାୟା 

ପ୍ରଥମ ପାଦରେ ସ୍ୱର୍ଗକୁ ନେଇ 

ଦ୍ଵିତୀୟ ପାଦରେ ମର୍ତ୍ୟ ପୁରାଇ 

ତୃତୀୟ ପାଦ ନିମନ୍ତେ ବଳିକୁ ଚାହିଁଲେ 

ମହାଦାନୀ ବଳି ନିଜ ମଥା ପାତିଲେ 

ବଳି ହେଲା ରସାତଳ ଗାମୀ 

ଦେବତା ବୋଇଲେ ଜୟ ତ୍ରିଲୋକୀ ସ୍ୱାମୀ 

ବଳିର ଭକ୍ତିରେ ପ୍ରସନ୍ନ ହୋଇ 

ବିଷ୍ଣୁ ବୋଇଲେ ମାଗ ଯାଇଛା ହୋଇ 

ଦ୍ୱାରପାଳ ହେଲେ ତ୍ରିଲୋକ ସ୍ୱାମୀ 

ବଳି ସହିତ ନିଜେ ପାତାଳ ଗମି

ଏଣେ ମତ ଲକ୍ଷ୍ମୀ ସ୍ୱାମୀ ବିରହେ 

ବୈକୁଣ୍ଠ ପୁରେ କି ତାଙ୍କ ମନ ରହେ 

ନର ମୁନି ଦେଲେ ଏକ ବୁଦ୍ଧି ବତାଇ 

ସଂଗେ ସଂଗେ ଲକ୍ଷ୍ମୀ ପାତାଳେ ଯାଇ 

ଶ୍ରାବଣର ମାସ ପୂର୍ଣ୍ଣିମାର ଦିନ 

ବଳି ହାତେ ମାତା ରାକ୍ଷୀ ବାନ୍ଧିଣ 

ଭାଇ କରିନେଲେ ବଳି ରାଜାକୁ 

ଉପହାର ରୂପେ ମାଗିଲେ ସ୍ୱାମୀଙ୍କୁ 

ଭଉଣୀଙ୍କୁ ଉପହାର ଦେଲେ ବଳି 

ଭାଇ ଭଉଣୀ ଖୁସି କେପାରିବ କଳି

ମାତା ଲକ୍ଷ୍ମୀ ବୋଇଲେ ଭାଇଙ୍କୁ 

ପୁଣି ଆସିବି ଆର ବର୍ଷା ରାକ୍ଷୀ ବାନ୍ଧିବାକୁ 

ରାକ୍ଷୀ ପୁର୍ଣିମା ନାମରେ ପ୍ରସିଦ୍ଧ ଏ ହେବ 

ଭାଇ ଭଉଣୀ ସମ୍ପର୍କର ଗାଥା ଏ ଗାଇବ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics