STORYMIRROR

Manoja Behera

Romance

4.5  

Manoja Behera

Romance

ମୋର କେବଳ ତୁମେ ଦରକାର

ମୋର କେବଳ ତୁମେ ଦରକାର

1 min
28

ଦାମୀ ଉପହାର ଚାହେଁନି ମୁଁ,
ଚାହେଁନି ସୁନା କି ରୂପାର ହାର।
ତୁମ ସାଥିରେ କଟୁ ଜୀବନ,
ସେହି ମୋର ସବୁଠୁ ବଡ଼ ଉପହାର।

ତୁମ ହସରେ ମୋର ସକାଳ,
ତୁମ କଥାରେ ମୋର ସନ୍ଧ୍ୟା।
ତୁମ ବିନା ଫିକା ଲାଗେ,
ଏ ଜୀବନର ପ୍ରତ୍ୟେକ ଦୃଶ୍ୟ।

ଯଦି କେବେ କିଛି ଦେବାକୁ ଚାହଁ,
ଦିଅନି ଫୁଲ କି ମୂଲ୍ୟବାନ ଉପହାର।
ତୁମର ଟିକିଏ ମୂଲ୍ୟବାନ ସମୟ,
ମୋ ପାଇଁ ସେହି ସବୁଠୁ ବଡ଼ ଅଧିକାର।

ହାତ ଧରି ଚାଲିବା ରାସ୍ତାରେ,
ସୁଖ-ଦୁଃଖ ସବୁ ବାଣ୍ଟି ନେବା।
ଜୀବନର ପ୍ରତ୍ୟେକ ମୋଡ଼ରେ,
ପରସ୍ପରଙ୍କ ସାଥି ହୋଇ ରହିବା।

ମୋର ଛୋଟିଏ ଇଚ୍ଛା,
ମୋର ଛୋଟିଏ ପ୍ରାର୍ଥନା—
ତୁମେ ହିଁ ରୁହ ମୋ ପାଖରେ,
 ଆଉ କିଛି ନାହିଁ କାମନା।

କାରଣ...

ମୋର କେବଳ ତୁମେ ଦରକାର,
 ତୁମର ଟିକିଏ ସମୟ ହିଁ ମୋ ପାଇଁ
 ଏ ଜୀବନର ସବୁଠୁ ଅମୂଲ୍ୟ ଉପହାର।

— ମନୋଜ କୁମାର ବେହେରା 


Rate this content
Log in

Similar oriya poem from Romance