ଝିପି ଝିପି ବର୍ଷା
ଝିପି ଝିପି ବର୍ଷା
ଝିପି ଝିପି ବର୍ଷା ଝରେ,
ମାଟି ଗାଏ ନୂଆ ଗୀତ;
ଭିଜା ପବନ ଛୁଇଁଯାଇ,
ଜାଗେ ମନର ଅନେକ ସ୍ମୃତି।
କଳା ମେଘର ଆଡ଼ରେ ଲୁଚି,
ସୂର୍ଯ୍ୟ ହସେ ମୃଦୁ ହସ;
ସବୁଜ ଧରା ଚାଦର ପିନ୍ଧି,
ସଜେ ନୂଆ ଉଲ୍ଲାସ।
କ୍ଷେତରେ ଦୋଳେ ସୁନାର ସ୍ୱପ୍ନ,
ଚାଷୀ ଆଖିରେ ଆଶା;
ପ୍ରତି ବୁନ୍ଦାରେ ଜୀବନ ଲେଖେ,
ପ୍ରକୃତିର ନିରବ ଭାଷା।
ନଦୀ ବହେ ସୁରର ତାଳେ,
ବନ ଗାଏ ବର୍ଷାର ଗୀତ;
ମୟୂର ପାଖେ ରଙ୍ଗର ମେଳା,
ପୂରେ ଧରାର ପ୍ରତି ପ୍ରୀତ।
ବର୍ଷା କେବଳ ପାଣି ନୁହେଁ,
ଜୀବନର ନବ ଆରମ୍ଭ;
ପ୍ରେମ, ପ୍ରକୃତି ଓ ଆଶାର ବାର୍ତ୍ତା,
ପ୍ରତି ଋତୁର ଶ୍ରେଷ୍ଠ ସମ୍ଭ୍ରମ।
ବର୍ଷା ଆସିଲେ ମନ କହେ-
ଭୁଲିଯାଅ ସବୁ ବେଦନା;
ପ୍ରତି ବୁନ୍ଦାରେ ଲୁଚି ରହିଛି,
ନୂଆ ସକାଳର ସମ୍ଭାବନା।
-ମନୋଜ କୁମାର ବେହେରା-

